ପ୍ରମୂଖ ଖବର
  • ନବ ଦାସ ହତ୍ୟାକାଣ୍ଡ : ଆଇନ୍‌ମନ୍ତ୍ରୀ କହିଲେ,"ତଦନ୍ତ ପ୍ରକ୍ରିୟା କ'ଣ ହେବ, ତାହା ସରକାର ନିଷ୍ପତ୍ତି ନେବେ"
  • ||
  • ବୌଦ୍ଧ : ଘର ସାମ୍ନାରେ ଯୁବକଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଫିଲିପିନ୍ସରେ ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା

Published By : Anindita | January 23, 2025 12:20 PM

ନୂଆଦିଲ୍ଲୀ,୨୩/୦୧: ଭୟଙ୍କର ଭୂମିକମ୍ପରେ ଦୋହଲିଲା ଫିଲିପିନ୍ସ। ଆଜି ସକାଳେ ସେଣ୍ଟ୍ରାଲ ଫିଲିପିନ୍ସରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି।  ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୪ ଓ ୫.୯ ରେକର୍ଡ କରାଯାଇଛି।

ଭୂକମ୍ପ ଝଟ୍‌କା ଅନୁଭୂତ ହେବା ଲୋକେ ଭୟଭୀତ ହୋଇପଡିଛନ୍ତି। ଭୟରେ ଲୋକ ଘରୁ ବାହାରକୁ ବାହାରି ଆସିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ର ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିଲା ବୋଲି ଭୂ-ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।  ଫିଲିପାଇନ୍ସର ଭୂକମ୍ପ ବିଜ୍ଞାନ ଏଜେନ୍ସି PHIVOLCS କହିଛି ଯେ, ଏହି ଭୂକମ୍ପରେ ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ। ଡ଼େକନ ହେରାଲ଼୍ଡର ରିପୋର୍ଟ ଅନୁସାରେ , ଭୂକମ୍ପ ଝଟକାରେ ଫିଲିପିନ୍ସର ରାସ୍ତାରେ ଫାଟ ସୃଷ୍ଟି ହେବା ସହ ଅନେକ ଘରର କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସାନ ଫ୍ରାନ୍‌ସିସ୍କୋ ପୋଲିସ୍ ମୁଖ୍ୟ ବାର୍ନି କ୍ୟାପିଙ୍ଗ୍ କହିଛନ୍ତି ଯେ, ଏହି ଭୂକମ୍ପ ଯଥେଷ୍ଟ ଶକ୍ତିଶାଳୀ ଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଫିଲିପାଇନ୍ସରେ ଭୂକମ୍ପ ସାଧାରଣ, କାରଣ ଏହି ଦେଶ ପ୍ରଶାନ୍ତ ମହାସାଗରର 'ରିଙ୍ଗ ଅଫ୍ ଫାୟାର'ରେ ଅବସ୍ଥିତ।  ତେଣୁ ଫିଲିପାଇନ୍ସରେ ସବୁବେଳେ ଭୂକମ୍ପ ପାଇଁ ସତର୍କ କରାଯାଇଥାଏ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.