ମସ୍କୋ,୨୩।୧: ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ନେଇ ଚାଲିଛି ଆଲୋଚନା। ହେଲେ ବାହାରି ପାରୁନି କିଛି ଫଳାଫଳ। ଶାନ୍ତି ଆଲୋଚନା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଦେଇଥିଲେ ପରାମର୍ଶ। ଏପରିକି ଏହାକୁ ନେଇ ମଧ୍ୟ ଦେଇଥିଲେ ଅଲ୍ଟିମେଟମ୍। ଟ୍ରମ୍ପଙ୍କ ଅଲ୍ଟିମେଟମ୍ ଉପରେ ଋଷ ପ୍ରତିକ୍ରିୟା ପ୍ରତିକ୍ରିୟା ଦେଇଛି। ଋଷ ଏବେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ, କିନ୍ତୁ ପରସ୍ପର ସମ୍ମାନ ଆଧାରରେ ଆଲୋଚନା ହେବା ଦରକାର ବୋଲି କହିଛି। ଆଲୋଚନା ଯେପରି ଏକତରଫା ନହୁଏ। ଟ୍ରମ୍ପ କହିଥିଲେ ଦୁଇଟି ବାଟରେ ଯୁଦ୍ଧକୁ ବନ୍ଦ କରିହେବ। ତାହା ହେଲା କଠିନ ଓ ସରଳ ଭାବରେ। ତେଣୁ ସରଳ ବାଟ ସବୁବେଳେ ଭଲ। ଏବେ ଏହାକୁ ନେଇ ଚୁକ୍ତି କରିବାର ସମୟ ଆସିଛି। ଏହାକୁ ନେଇ ଗୁରୁବାର କ୍ରେମାଲିନ୍ର ମୁଖପାତ୍ର ଦିମିତ୍ରି ପେସ୍କୋଭା କହିଛନ୍ତି, ଆମ ପାଇଁ କିଛି ନୂଆ ନୁହେଁ। ଟ୍ରମ୍ପଙ୍କୁ ସମାଲୋଚନା କରି କହିଛନ୍ତି, ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ସ୍ପଷ୍ଟ ହୋଇଯାଇଥିଲା ତାଙ୍କୁ କଟକଣା ଲଗାଇବାକୁ ଭଲ ଲାଗେ।’
ବୁଧବାର ଟ୍ରମ୍ପ ଚେତାବନୀ ଦେଇ କହିଥିଲେ, ଯଦି ପୁଟିନ୍ ଯୁଦ୍ଧ ବନ୍ଦ ନକରିବା ନେଇ ସହମତି ପ୍ରକାଶ ନକରନ୍ତି ତେବେ ମସ୍କୋ ଉପରେ ଆହୁରି ଅଧିକ କଟକଣା ଲାଗିବ। ଆମେ ଯଦି କୌଣସି ଡିଲ୍ରେ ନପହଁଞ୍ଚିବା ତେବେ ଆମ ପାଖରେ ଏହି ବାଟ୍ ରହିବ। ଋଷ ପକ୍ଷରୁ ଆମେରିକା କିମ୍ବା ଅନ୍ୟ ଦେଶକୁ ବିକ୍ରି କରାଯାଉଥିବା ଜିନିଷ ଉପରେ ହାଇ ଟ୍ୟାକ୍ସ ଓ କଟକଣା ଲଗାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବନି। ତେବେ ଆଗକୁ ସେ କହିଛନ୍ତି, ଆମେରିକାର ଉଦେଶ୍ୟ ଋଷର କ୍ଷତି କରିବା ନୁହେଁ। ତାଙ୍କର ରାଷ୍ଟ୍ରପତି ପୁଟିନ୍ଙ୍କ ସହ ସବୁବେଳେ ଭଲ ସମ୍ପର୍କ ରହିଛି।‘ ପୁଟିନଙ୍କ ଏଭଳି କଡା ବାର୍ତ୍ତାକୁ ସ୍ବାଗତ କରିଛି ୟୁକ୍ରେନ୍। ୟୁକେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି କହିଛନ୍ତି, ଟ୍ରମ୍ପଙ୍କ ଏହି କଥା ପୁଟିନ୍ଙ୍କ ପାଇଁ କଡ଼ା ବାର୍ତ୍ତା।
ଟ୍ରମ୍ପ କହିଛନ୍ତି, ଋଷର ଅର୍ଥବ୍ୟବସ୍ଥା ଖରାପ ହେବାରେ ଲାଗିଛି।ମୁଁ ରାଷ୍ଟ୍ରପତି ପୁଟିନ୍ଙ୍କ ଉପରେ ବଡ଼ ଏକ ଉପକାର କରୁଛି। ଏବେ ଡିଲ୍ କରି ଏଭଳି ଯୁଦ୍ଧକୁ ଶେଷ କରାଯାଉ। ଏହା ଆଗକୁ ଆହୁରି ଖରାପ ହୋଇଯିବ। ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବିରତୀ ଚୁକ୍ତି ହେବା ଦରକାର। ଯଦି ବାଇଡେନ୍ଙ୍କ ସ୍ଥାନରେ ସେ ରାଷ୍ଟ୍ରପତି ଥାଆନ୍ତେ ତେବେ ଋଷ ଓ ୟୁକ୍ରେନ୍ର କେବେ ବି ଯୁଦ୍ଧ ହୋଇନଥାନ୍ତା। ୨୦୨୨ ରେ ୟୁକ୍ରେନ୍ ଉପରେ ଆକ୍ରମଣ ପରଠାରୁ ଋଷ ବିରୋଧରେ କଡା କଟକଣା ଲାଗିଛି। ଋଷ ସମର୍ଥରେ କୁର୍ସ୍କରେ ଯୁଦ୍ଧ ଲଢୁଥିବା ଉତ୍ତର କୋରିଆର ପ୍ରାୟ ୧୦୦୦ ସୈନିକଙ୍କ ମୃତ୍ୟୁ ହୋଇସାରିଲାଣି। ସେପେଟ ଟ୍ରମ୍ପଙ୍କ ଏହି ଡିଲ୍କୁ ନେଇ ୟୁରୋପୀୟ ଦେଶର ଚିନ୍ତା ବଢିଯାଇଛି। ୟୁରୋପ ମତରେ ତରବରିଆ ଯଦି ଯୁଦ୍ଧଶେଷ ହୁଏ ତେବେ ସଂଘର୍ଷ ଏଭଳି ସ୍ଥିତିରେ ଶେଷ ହେବ ଯାହାକି ୟୁକ୍ରେନ୍ ପାଇଁ ପ୍ରତିକୂଳ। ନାଟୋ ମହାସଚିବ ମାର୍କ ରୁଟ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ସେ ଗୁରୁବାର କହିଛନ୍ତି, ୟୁକ୍ରେନ୍ ଉପରେ ଋଷ ଜିତିବାକୁ ଦୁନିଆରେ ନାଟୋକୁ ଦୁର୍ବଳ ଶକ୍ତି ଭାବରେ ଦେଖାଯିବ। ସେଭଳି ଏହାର