ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜବତ ହେଲା ଗୋରୁ ବୋଝେଇ ଟ୍ରକ୍, ୪୦ ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର

ବାଲେଶ୍ଵର, ୨୧/୦୭: ଗୋରୁ ବୋଝେଇ ଟ୍ରକ୍ ଜବତ । ଟ୍ରକରେ ଅଛନ୍ତି ୪୦ ଗୋରୁ । ଏହି ଗୋରୁ ବୋଝେଇ ଟ୍ରକ୍‌ଟି କଟକରୁ ବେଙ୍ଗଲ ଯାଉଥିଲା । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ଅଞ୍ଚଳରେ ଏହି ଟ୍ରକ୍‌ ଟିକୁ ଜବତ କରିଛି ପୋଲିସ । 

ସୂଚନା ଅନୁଯାୟୀ, ଏକ ଗୋରୁ ବୋଝେଇ ଟ୍ରକ୍ କଟକରୁ ବେଙ୍ଗଲ ଯାଉଥିଲା । ବିଶ୍ଵ ହିନ୍ଦୁ ପରିଷଦର ସଦସ୍ୟ ଜିତେନ୍ଦ୍ର ସ୍ୱାଇଁ ଏବିଷୟରେ ଖନ୍ତାପଡା ପୋଲିସକୁ ଆବଗତ କରାଇଥିଲେ । ପୋଲିସ ସହଯୋଗରେ ପ୍ରାୟ ଦୁଇଘଣ୍ଟା ଧରି ଟ୍ରକକୁ ପିଛା କରିଥିଲେ । ଶେଷରେ ଟ୍ରକ୍‌କୁ ଧରିବାରେ ସଫଳ ହୋଇଥିଲେ । ଏହି ଟ୍ରକ୍‌ ଟି ଖନ୍ତାପଡ଼ା ଥାନା ନିକଟରୁ ଜବତ ହୋଇଛି । ଜବତ ହୋଇଥିବା ଗୋରୁଙ୍କୁ ମା’ ଭାରତୀ ଗୋଶାଳାକୁ ନିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.