ମ.ରାମପୁର, ୨୦/୫ : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନେତା ଅନିରୁଦ୍ଧ ପ୍ରଧାନ, ପଦ୍ମଲୋଚନ ମିଶ୍ର, ଯଜ୍ଞ ସେନ ପଣ୍ଡା, ଦିବାକର ବାଗ, ମୋହନ ମନହୀରା, ସଂଯୁକ୍ତା ଦେବୀଙ୍କ ନେତୃତ୍ୱରେ ଏହି ବାଇକ୍ ଶୋଭାଯାତ୍ରା ଚାରି ଛକରୁ ବାହାରି ମ.ରାମପୁର ତଳ ସାଗର ପଡ଼ା, ଶୁନ୍ଧୀ ପଡ଼ା, ପାଇକ ପଡ଼ା, ତୁଜୁଙ୍ଗ, ନୁନପୁର, ପଣ୍ଡକାମାଳ ଆଦି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ଦେଶ ମାତୃକାର ସେବାରେ ନିୟୋଜିତ ସେନାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେନାଙ୍କ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରାରେ ବହୁ ସଂଖ୍ୟାରେ ଯୁବ ସମାଜ ସାମିଲ୍ ହେଇଥିଲେ।

'କୋଟିଆ ସମାଧାନ ନହେଲେ ଅଲଗା ରାଜ୍ୟ ଗଠନ ହେବ'; ଅସନ୍ତ...