କେସିଙ୍ଗା,୨୧|୫: ପହଲଗାମ ଆତଙ୍କୀ ହମଲାର ବୀରତ୍ୱର ସହିତ ଜବାବ ଦେଇଛନ୍ତି ଭାରତୀୟ ଜବାନ। ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଅଭିଯାନରେ ଭାରତୀୟ ସେନାର ମନୋବଳ,ପରାକ୍ରମ ଓ ବୀରତ୍ୱକୁ ସମ୍ମାନ ଜଣାଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଆଜି ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ଶୋଭାଯାତ୍ରା କେସିଙ୍ଗା ସହର ବୋରିଙ୍ଗପଦର ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିଲା । ଭାରତୀୟ ସୀମାରେ ଲଢ଼ୁଥିବା ସୈନିକଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା କେଶରୀ ଦେଓ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷା ଗୋବିନ୍ଦ ବନଛୋର, କେସିଙ୍ଗା ବିଜେପି ନଗର ସଭାପତି ପିଙ୍କୁ ପରିଡ଼ା, ମଗନ ସିନ୍ଦୂର, ପୂର୍ବତନ ବିଜେଡ଼ି ନଗର ସଭାପତି ରମେଶ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବିଡ଼ିଓ ଜନ୍ମେଜୟ ସ୍ବାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ନିଜର ଉପସ୍ଥିତି ଜାହିର କରିଥିଲେ।