ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବର୍ଷାରେ ଗଛ ଭାଙ୍ଗିପଡି ମାଟିରେ ମିଶିଲା ଦୋକାନ ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି

ଫିରିଙ୍ଗିଆ, ୨୪/୦୭ : ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ପାଞ୍ଚଦିନ ଧରି ବର୍ଷା ଲାଗିରହିଛି । ଯାହାଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତି ୨ଟାରେ ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ନୂଆପଦର ଗାଁରେ ଦୁଇଟି ଆମ୍ୱ ଗଛ ଉପୁଡିଥିଲା। ନିକଟରେ ଥିବା ଦୁଇଟି ଦୋକାନ ଉପରେ ପଡିଥିଲା । ଫଳରେ ଦୋକାନ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ତେବେ ଦୋକାନ ଭିତରେ ଶୋଇଥିବା ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ବିଲୁପଦର ଗାଁର ଚନ୍ଦ୍ରଶେଖର ସାହାଣୀ ଓ ପ୍ରଦୀପ ବେହେରାଙ୍କ ଦୋକାନ ଭାଙ୍ଗି ଯାଇଛି। ଦୋକାନ ଭିତରେ ଶୋଇଥିବା ପ୍ରଦୀପ ବେହେରାଙ୍କ ସ୍ତ୍ରୀ ଟୁନି ବେହେରା ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟପଟେ ଦୁଇ ଦୋକାନ ମାଲିକ ବିଭିନ୍ନ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥାମାନଙ୍କ ଠାରୁ ଋଣ କରି ଦୋକାନ କରିଛନ୍ତି। ଗଛ ପଡି ଦୋକାନ ନଷ୍ଟ ହୋଇଯିବାରୁ ନିଜର ସର୍ବସ୍ଵ ହରାଇ ବସିଛନ୍ତି। ତେଣୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

ସେପଟେ ଘଟଣା ପରେ ଅଞ୍ଚଳର ବରିଷ୍ଠ ବିଜେପି ନେତା ଅଙ୍ଗଦ ବେହେରା ପ୍ରଶାସନକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନାହାଁନ୍ତି । ଏହି କାରଣରୁ ବରିଷ୍ଠ ରାଜନେତାଙ୍କ ସହ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ପାଇ ଫିରିଙ୍ଗିଆରୁ ଅଗ୍ନିଶମବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ରାସ୍ତା ଉପରେ ପଡିଥିବା ଗଛକୁ କାଟି ସଫା କରିଛନ୍ତି। ଦୀର୍ଘ ଦଶ ଘଣ୍ଟା ପରେ ରାସ୍ତାରୁ ଗଛଟିକୁ କଢା ଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଯାତାୟତ ବନ୍ଦ ରହିଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.