ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Donald Trump: ତୃତୀୟଲିଙ୍ଗୀମାନେ ମହିଳାବର୍ଗରେ ଖେଳିପାରିବେ ନାହିଁ ଖେଳ; ଆଦେଶ ଜାରି କଲେ ଡୋନାଲ୍ଡ ଟ୍ରମ୍ପ

Published By : Bijay Swain | February 6, 2025 12:44 AM

Image courtesy: amarujala

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ବହୁ ଜଲଦି ଆମେରିକାରେ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଯେଉଁଥିରେ ଆମେରିକାର ତୃତୀୟଲିଙ୍ଗୀମାନେ ଆଉ ମହିଳାବର୍ଗରେ ଖେଳିପାରିବେ ନାହିଁ। ଏହି ଆଦେଶ ପ୍ରଥମେ ପୁରୁଷ ଥାଇ ପରେ ଲିଙ୍ଗ ବଦଳାଇ ମହିଳା ହୋଇଥିବା ତୃତୀୟଲିଙ୍ଗୀ ଖେଳାଳିଙେକ ଉପରେ ଲାଗୁ ହେବ। ଡୋନାଲ୍ଡ ଟ୍ରମ୍ପ ବହୁ ଜଲଦି ଏହି ଆଦେଶ ଉପରେ ହସ୍ତାକ୍ଷର କରିବାକୁ ଯାଉଛନ୍ତି। ଗତ ଜାନୁଆରୀରେ ରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ସରକାରୀ ଦସ୍ତାବିଜରେ ଲୋକଙ୍କ ପରିଚୟ କେବଳ ପୁରୁଷ ଓ ମହିଳା ଭାବରେ ରେକର୍ଡ ହେବ। 

ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ପୁରୁଷମାନଙ୍କୁ ମହିଳା କ୍ରୀଡ଼ାରୁ ଦୂରେଇ ରଖିବେ। ବର୍ତ୍ତମାନ ସେ ତାଙ୍କର ଏହି ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଟ୍ରମ୍ପ ବହୁ ଜଲଦି ଏହି ଅଧିନିୟମ ଉପରେ ଦସ୍ତଖତ କରିବାକୁ ଯାଉଛନ୍ତି। ଏହି କାନୁନ କ୍ରିଡାରେ ଲିଙ୍ଗଗତ ସମାନତା ବୃଦ୍ଧି କରିବା ସହ କ୍ରୀଡା କ୍ଷେତ୍ରରେ ଯୌନ ଉତ୍ପୀଡ଼ନକୁ ରୋକିବାରେ ସହାୟକ ହେବ ବୋଲି ସେ କହିଛନ୍ତି।  ରିପବ୍ଲିକାନ୍ ସାଂସଦ ନାନସୀ ମେସ୍ ଟ୍ରମ୍ପଙ୍କ ଏହି ଆଦେଶକୁ ପ୍ରଶଂସା କରିବା ସହ ଏହି ନିଷ୍ପତି କ୍ରୀଡ଼ାରେ ସମାନତା ସୃଷ୍ଟି କରିବ ବୋଲି କହିଛନ୍ତି।  

ଗତ ଏପ୍ରିଲରେ ବାଇଡେନ ପ୍ରଶାସନ ଏହି ସମ୍ପଦ୍ଧିୟ ଏକ ନୀତି ପ୍ରଣୟନ କରିଥିଲେ। ଯେଉଁଥିରେ ତୃତୀୟଲିଙ୍ଗୀ ଆଥଲେଟମାନଙ୍କୁ ସ୍ପଷ୍ଟ ଭାବେ ସମ୍ବୋଧିତ କରିବା ପାଇଁ ଆଇନରେ କିଛି ପରିବର୍ତ୍ତନ କରାଯାଇଥିଲା।  ତଥାପି, ଅନେକ ରିପବ୍ଲିକାନ୍ ଶାସିତ ରାଜ୍ୟ ଏହି ନୂତନ ନୀତିକୁ ଚ୍ୟାଲେଞ୍ଜ କରିଥିଲେ। ନିକଟରେ ଆମେରିକା ସେନା ସହ ଜଡିତ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିଛନ୍ତି।  ଏହି ନିର୍ଦ୍ଦେଶ ମୁତାବକ ଆମେରିକାରେ ତୃତୀୟଲିଙ୍ଗୀ ସୈନିକମାନଙ୍କ ଉପରେ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣଙ୍କୁ ଜଣାଇରଖୁ କି ୨୦୧୭ ମସିହାରେ ଟ୍ରମ୍ପ ଆମେରିକା ସେନାରେ ଟ୍ରାନ୍ସଜେଣ୍ଡର ସୈନିକଙ୍କ ପୁନଃଭର୍ତ୍ତି ଉପରେ ପ୍ରତିବନ୍ଧକ ଲଗାଇଥିଲେ।  ବର୍ତ୍ତମାନ ଟ୍ରମ୍ପ ମଧ୍ୟ ନୂଆ ନୀତିରେ ସମାନ ଆଦେଶ ଜାରି କରିପାରିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.