ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସି ପର୍ଯ୍ୟଟକ ନିଖୋଜ

Published By : Prameya | March 28, 2025 8:27 AM

ନୀଳଗିରି, ୨୮/୩ : ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ପୀଠ ବୁଲିବାକୁ ଆସି ପର୍ଯ୍ୟଟକ ନିଖୋଜ। ନିଖୋଜ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଗୌଡଚଞ୍ଚରାପାଲି ଅଞ୍ଚଳର ଚରଣ ବେହେରା (୬୫ ବର୍ଷ)। ନୀଳଗିରି ଥାନାରେ ଏନେଇ ଅଭିଯୋଗ ହୋଇଛି। 

ସୂଚନାନୁଯାୟୀ, ନୂଆଗାଁ ଥାନା ଗୌଡଚଞ୍ଚରାପାଲି ଅଞ୍ଚଳର ଚରଣ ବେହେରା ନିଜ ପରିବାର ସହ ପ୍ରାୟ ୭୦ଜଣ ପର୍ଯ୍ୟଟକଙ୍କ ସହିତ ଏକ ବସ୍‌ରେ ଗୁରୁବାର ପୂର୍ବାହ୍ନରେ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସିଥିଲେ। ଅନ୍ୟ ପର୍ଯ୍ୟଟକ ପାହାଚ ଚଢ଼ି ବାବାଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଚରଣ ପାହାଚ ଚଢି ପାରିବେ ନାହିଁ କହି ବସ୍ ନିକଟରେ ରହିଥିଲେ। ଅନ୍ୟ ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଅପରାହ୍ନ ପ୍ରାୟ ୪ଟା ସମୟରେ ଫେରିବା ପରେ ବସ୍‌ରେ ଚରଣଙ୍କୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ରାତ୍ରୀ ସମୟରେ ଚରଣ ନିଖୋଜ ହୋଇଥିବା ନେଇ ଜଣେ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ତେବେ ଚରଣଙ୍କ ଅପେକ୍ଷାରେ ବସ୍ ସମେତ ସମସ୍ତ ପର୍ଯ୍ୟଟକ ଅଟକି ରହିଥିବା ସୂଚନା ମିଳିଛି।

ଏହି ଖବରଟିକୁ ପଢନ୍ତୁ-ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.