ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଟୁରିଷ୍ଟ ବସ୍‌, ୮ ଯାତ୍ରୀ ଗୁରୁତର

କୋଣାର୍କ,୨୨/୦୭: କୋଣାର୍କରେ ଯାତ୍ରୀବାହି ବସ୍‌ ଦୁର୍ଘଟଣା । ଭାରସାମ୍ୟ ହରାଇ ବର ଗଛରେ ପିଟି ହୋଇଗଲା ବସ୍‌  । ଦୁର୍ଘଟଣାରେ ୮ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଓ ଚମ୍ପାହର ଅଗ୍ନିଶମ ବିଭାଗ ସାହାୟତାରେ ସମସ୍ତଙ୍କୁ ଉଦ୍ଧାର  କରାଯାଇ ପୁରୀ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ବସ୍‌ଟି ଛତିଶଗଡ଼ ରୁ ଆସିଥିବା ସୂଚନା ମିଳିଛି । 

ସୂଚନା ଅନୁଯାୟୀ, କୋଣାର୍କ ବୁଲିବାକୁ କିଛି ପର୍ଯ୍ୟଟକ ଛତିଶଗଡରୁ ବସ୍‌ରେ ଆସିଥିଲେ । ସୂର୍ଯ୍ୟ ମନ୍ଦିର ବୁଲି ଚନ୍ଦ୍ରଭାଗା ,ରାମଚଣ୍ଡି ମାଙ୍କୁ ଦର୍ଶନ ପରେ ପୁରୀ ଯାଉଥିବା ବାଟରେ ଖାଲକଟା ପାଟଣା ଛକରେ ଭାରସାମ୍ୟ ହରାଇ ବର ଗଛରେ ପିଟି ହୋଇଗଲା ବସ୍‌ । ଏ ବିଷୟରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ଟିମ୍‌ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା । ଏହି ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲ ପଠାଯାଇଛି । ଅନ୍ୟ ମାନଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ଖବର ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.