ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

କୋଣାର୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପର୍ଯ୍ୟଟନ ସଚିବ ; ଖୁବଶୀଘ୍ର ନୂଆ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ

Published By : Gurupada Nath | August 19, 2025 9:13 PM

କୋଣାର୍କ,୧୯/୮ : ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ କୋଣାର୍କ ଉନ୍ନୟନ କାର୍ଯ୍ୟ, ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଯାତ୍ରୀନିବାସ ମରାମତି, କୋଣାର୍କ ଅର୍ବାନ ହାଟ ପୁନଃରୁଦ୍ଧାର ନିମନ୍ତେ ସମୀକ୍ଷା କରିଛନ୍ତି । ସୂର୍ଯ୍ୟମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ବରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ୩ଶହରୁ ଅଧିକ ପର୍ଯ୍ୟଟକ ବସିବା ଭଳି ଚେୟାର ବ୍ୟବସ୍ଥା କରାଯିବ। 

ଶହେ ହେଡ ଫୋନ ସହିତ ଓପନ ସାଉଣ୍ଡ ସିଷ୍ଟମ ରହିବ। ୩ଭାଷାରେ ପର୍ଯ୍ୟଟକମାନେ ସୂର୍ଯ୍ୟମନ୍ଦିର କାହାଣୀ ଶୁଣି ପାରିବେ। ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ପର୍ଯ୍ୟନ୍ତ ଦୁଇଟି ଶୋ ଚାଲିବ। ଗ୍ରୀଷ୍ମ ଦିନରେ ସମୟ ପରିବର୍ତ୍ତନ କରାଯିବ। ଏହା ଆସନ୍ତା ସେପ୍ଟେମ୍ବର ୧୫ ସୁଧା ଶେଷ ହେବାର ଲକ୍ଷ ରହିଛି । ପ୍ରଥମେ ଯାତ୍ରୀ ନିବାସ ପୁନରୁଦ୍ଧାର କାର୍ଯ୍ୟ ବୁଲି ଦେଖିଥିଲେ । ପରେ ଅର୍ବାନ ହାଟ ପୁନରୁଦ୍ଧାର ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ବାଇଁ, ଏଏସଆଇ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଡଃ ଡିବି ଗଡ଼ନାୟକ, ତହସିଲଦାର ଅନିଲ କୁମାର ମହାନ୍ତି, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.