ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ପୁଣି ଚର୍ଚ୍ଚାରେ ମେଲବାହିଲି ଗାଁର ବଣ୍ଡେଲ ପଡ଼ା ; ଆସିପାରିଲାନି ଆମ୍ବୁଲାନ୍ସ , ୧ କି.ମି. ଚାଲିଲେ ଗର୍ଭବତୀ

Published By : Gurupada Nath | August 19, 2025 7:34 PM

ଲାଞ୍ଜିଗଡ଼,୧୯/୮ : କଳହାଣ୍ଡି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କୁଟିଆକନ୍ଧଙ୍କ ମେଲବାହିଲି ଗାଁର ବଣ୍ଡେଲ ପଡାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଜଣେ କୁଟିଆ କନ୍ଧ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିବାବେଳେ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଗର୍ଭବତୀଙ୍କୁ ରାତି ୧୦ଟାରେ ଚାଲିବାକୁ ପଡ଼ିଲା ୧ କିମି । ବିଜେପୁର ପଞ୍ଚାୟତ ମେଲବାହିଲି ଗାଁର ବଣ୍ଡେଲ ପଡାର ମିଶ୍ର ମାଝୀଙ୍କ ସ୍ତ୍ରୀ କାଞ୍ଚ ମାଝୀଙ୍କ ସମବାର ରାତିରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। 

ଗାଁ ଯୁବକମାନଙ୍କୁ ଯୋଗାଯୋଗ ପରେ ୧୦୮ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚି ଥିଲା ସତ କିନ୍ତୁ ଖରାପ ରାସ୍ତା କାରଣରୁ ଗାଁକୁ ଯାଇ ନ ପାରି ୧ କିମି ଦୂରରେ ଲାଞ୍ଜିଗଡ଼-ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ରହିଥିଲା। କାଞ୍ଚ ତାଙ୍କ ପରିବାର ଓ ଗାଁର ମହିଳାମାନଙ୍କ ସହିତ ବର୍ଷାରେ ଭିଜି ଭିଜି ୧ କିମି ପାଦରେ ଚାଲି ଚାଲି ଖାଲଖମାରେ ଭର୍ତ୍ତି ଜଙ୍ଗଲ ରାସ୍ତାରେ ଆମ୍ବୁଲାନ୍ସକୁ ଆସିବା ପରେ ସେଠାରୁ ତାଙ୍କୁ ୨୦ କିମି ଦୂର ସୀମାନ୍ତ ରାୟଗଡା ଜିଲ୍ଲା କଲ୍ୟାଣସିଂହ ପୁର ଡାକ୍ତରଖାନାକୁ ପଠାଯାଇଥିଲା।

ବଣ୍ଡେଲବାସୀଙ୍କ କହିବା ଅନୁସାରେ ପୂର୍ବରୁ ରାସ୍ତା ପାଇଁ ଦୁଇ ବର୍ଷ ହେବ ବିଜେପୁର ପଞ୍ଚାୟତ ଗ୍ରାମସଭାରେ ଲିଖିତ ଅଭିଯୋଗ କରି ଆସୁଛି। ପଞ୍ଚାୟତ ପକ୍ଷରୁ ତମ ଗାଁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଯାଇଛି ଠିକାଦାର କମ୍ ସମୟ ମଧ୍ୟରେ ରାସ୍ତା କାମ ଆରମ୍ଭ କରିବ ବୋଲି କହୁଛନ୍ତି । ମାତ୍ର ଅଭିଯୋଗ କରି ୨ବର୍ଷ ହେଲାଣି କାମ ହେଉନଥିବାବେଳେ ଠିକାଦାରଙ୍କ ଦେଖାନାହିଁ ବୋଲି କହିଛନ୍ତି । ଏହା ପୂର୍ବରୁ ଲାଞ୍ଜିଗଡ ବ୍ଲକ ପାହାଡ଼ପଦର ପଞ୍ଚାୟତ ତଇଁପଦର, ଲାଞ୍ଜି ପଞ୍ଚାୟତ ତୁର୍କା ଓ ବେଡାଗାଁ ପଞ୍ଚାୟତ ମନସ୍ଥରା ଗାଁରେ ଗର୍ଭବତୀ ମହିଳାଙ୍କୁ ପାଦରେ ଚଲାଇ କିମ୍ବା ଖଟିଆରେ ବୋହିକି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଅଣାଯାଇଥିଲା। ବ୍ଲକରେ ବର୍ତ୍ତମାନ ମଧ୍ୟ ୬୦ ରୁ ଉର୍ଦ୍ଧ୍ବ ଗ୍ରାମକୁ ପାଦାଚଲା ରାସ୍ତା ରହିଥିବା ବେଳେ ଦୁର୍ଗମ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.