ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ

Published By : Manoj | August 19, 2025 2:16 PM

ନରସିଂହପୁର ୧୯/୦୮: ଧାନ ତଳି ରୋଇବା ଯାଉଥିବା ବେଳେ କାଦୁଅରେ ପଶିଗଲା ବାଇକ୍। ଫଳ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଲେ ଚାଷୀ। ଦୁର୍ଘଟଣାରେ ଚାଷୀ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବଡମ୍ବା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୁଲିସ ସୂଚନା ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

ସୂଚନା ଅନୁଯାୟୀ, ଆଜି ସକାଳେ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରୀ ପଞ୍ଚାୟତ ଶ୍ୟାମାସୁନ୍ଦରପୁର ଗ୍ରାମର ରଶ୍ମି ରଞ୍ଜନ ନାୟକ ଓରଫ ବାପୁନା ବାଇକ୍‌ରେ ଜମିକୁ ଯାଉଥିଲେ। ହେଲେ କାଦୁଅ ରାସ୍ତାରେ ତାଙ୍କ ବାଇକ୍ ଫସିଯାଇଥିଲା। ବାପୁନ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲେ। ଯେଉଁଥିରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ସ୍ଥାନୀୟଲୋକ ତୁରନ୍ତ ଉଦ୍ଧାର କରି ବଡମ୍ବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେଠାରେ ବାପୁନଙ୍କ ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.