ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ଡ଼କାୟତି ଯୋଜନା ପଣ୍ଡ ; ଇଣ୍ଡିଗୋ କାର୍ ଏବଂ ମାରଣାସ୍ତ୍ର ସହ ୫ ଗିରଫ

Published By : Gurupada Nath | August 19, 2025 11:12 PM

ବେଲଗୁଣ୍ଠା,୧୯/୮: ଡକାୟତି ଯୋଜନା ପଣ୍ଡ । ଏକ ୫ଜଣିଆ ଡକାୟତି ଗ୍ୟାଙ୍ଗକୁ କାବୁ କରିଛି ଗାଙ୍ଗପୁର ପୋଲିସ I ସୋମବାର ରାତି ୯ଟା ୩୦ ମିନିଟରେ ମା’ବୁଢାକେନ୍ଦୁ ମନ୍ଦିର ପରିସରରେ ଏକ ଡକାୟତ ଗ୍ୟାଙ୍ଗ୍ ଗାଙ୍ଗପୁର ଥାନା ଅଞ୍ଚଳରେ ଡ଼କାୟତି ଯୋଜନା କରୁ୍ଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ I ଏ ନେଇ ସେ ଥାନା ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନେତୃତ୍ୱରେ ଏକ ଟିମକୁ ଘଟଣାର ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I 

ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନିଜ ଟିମ୍ ସହ ମା’ବୁଢାକେନ୍ଦୁ ଅଭିମୁଖେ ଯାଇଥିଲେ I ସେଠାରେ ପହଞ୍ଚି ଏକ ୫ଜଣିଆ ଗ୍ୟାଙ୍ଗ୍ ମନ୍ଦିର ବାହାରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବାବେଳେ ସେମାନଙ୍କ ନିକଟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର୍ ଥୁଆ ହୋଇଥିବା ଦେଖିଥିଲେ I ପୋଲିସକୁ ଦେଖି ସେଠାରେ ବସିଥିବା ୫ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବାବେଳେ ପୋଲିସ୍ ଟିମ୍ ସେମାନଙ୍କୁ କାବୁ କରି ନେଇଥିଲେ I

କାରର ଡିକି ଯାଞ୍ଚବେଳେ ସେଥିରୁ ଏକ ବଡ଼ ଲୁହା କାତି, ଗୋଟିଏ ଫାର୍ସା, ବିଦେଶୀ ମଦ ବୋତଲ, ଲଙ୍କା ଗୁଣ୍ଡ,ପ୍ଲାଷ୍ଟିକ୍ ଗ୍ଲାସ୍ ଜବତ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ପିତଳ ଘଣ୍ଟି, ପାଞ୍ଚୋଟି ମୋବାଇଲ୍ ଏବଂ ନଗଦ ୪୯୦ଟଙ୍କା ଜବତ କରିଥିଲେ I ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନିଜର ପରିଚୟ ଦେବା ସହ ରାତିରେ ଗୋବରା ପେଟ୍ରୋଲ୍ ପମ୍ପରେ ଡ଼କାୟତି କରିବାକୁ ଯୋଜନା କରୁ୍ଥିବା କଥା ମାନି ଯାଇଥିଲେ I ସମସ୍ତ ୫ଜଣଙ୍କୁ ପୋଲିସ୍ ଗିରଫ କରିବା ସହ ସେମାନଙ୍କର ଇଣ୍ଡିଗୋ କାର୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟା ପୋଲିସ୍ ଜବତ କରିଥିଲା I ଗିରଫ ହୋଇଥିବା ପାଞ୍ଚ ଜଣ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମର ସଞ୍ଜୟ ବେହେରା (୨୦),ଚାକୁଣ୍ଡା ପଲ୍ଲୀ ଗ୍ରାମର ଆକାଶ ବେହେରା (୩୦), ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଅନୀଲ୍ ବେହେରା (୩୫), ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନାଚୁଣୀ ଗ୍ରାମର ରାଜା ବେହେରା ଓରଫ ବାଙ୍ଗୁ(୨୪) ଏବଂ ଭୁବନେଶ୍ୱର ଖାରବେଳ ନଗର ତାରେଣି ବସ୍ତିର ପପୁନ୍ ପଣ୍ଡା I 

ଏ ନେଇ ଗାଙ୍ଗପୁର ଥାନାରେ କେଶ ନଂ ୫୦୫/୨୫ରେ ଏକ ମାମଲା ରୁଜୁ କରାଯାଇ ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.