ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ବନ୍ଧା ହେଲେ ଗୋଧି ମାଂସ ଖିଆ ୟୁଟ୍ୟୁବର

Published By : Rasmita Pradhan | August 19, 2025 3:18 PM

ଠାକୁରମୁଣ୍ଡା, ୧୯/୦୮ : ଗୋଧି ମାଂସ ରାନ୍ଧି ଭିଡିଓ ଭାଇରାଲ୍ କରିଥିଲେ ଯୁବକ। ଗୋଧି ମାଂସ ଖିଆ ୟୁଟ୍ୟୁବରଙ୍କୁ ବାନ୍ଧିଲା ବନ ବିଭାଗ। ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନ ଅଧିନସ୍ଥ ଅସନବଣି ଗ୍ରାମର ରୁପା ନାଏକ ନାମକ ଜଣେ ୟୁଟ୍ୟୁବରଙ୍କୁ ବନ ବିଭାଗ ଗିରଫ କରିଛି। 

ସୂଚନାନୁଯାୟୀ, ଅସନବଣି ଗାଁର ରୁପା ନାଏକ ଭଦ୍ରକ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ଭଦ୍ରକରୁ ଠାକୁରମୁଣ୍ଡା ଫେରିବା ବେଳେ ବନ୍ତ ନିକଟରେ ରାସ୍ତା କଡରେ ଗୋଧିଟିଏ ମରି ପଡ଼ିଥିବା ଦେଖିଥିଲେ। ଗୋଧିକୁ ନେଇ ଘରକୁ ଫେରି ତାକୁ କାଟି ରୋଷେଇ କରିଥିଲେ। ଏ ସମସ୍ତ ପ୍ରକ୍ରିୟାର ସେ ଭିଡିଓ ଉତ୍ତୋଳନ କରି ଫେସବୁକରେ ଅପଲୋଡ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା। ୧୮ ତାରିଖରେ ଟିଭି ଚ୍ୟାନ୍ଲ୍ ଗୁଡ଼ିକରେ ପ୍ରସାରିତ ହୋଇଥିଲା। ଏହାପରେ ବନ ବିଭାଗ ନିଜ ତରଫରୁ ମାମଲା ରୁଜୁ କରି ରୁପାକୁ ଗିରଫ କରିଛି। ରୁପା ନିଜ ଦୋଷ ସ୍ଵୀକାର କରିଛି। ଗୋଧି ଏକ ବିଲୁପ୍ତ ପ୍ରାଣୀ ହୋଇଥିବାରୁ ଗୋଧି ଶିକାର ପାଇଁ କଠୋର ଦଣ୍ଡ ବିଧାନ ରହିଛି। ବନ୍ୟପ୍ରାଣୀ ନିରୋଧୀ ଆଇନ ବଳରେ ରୁପାକୁ ଗିରଫ କରାଯାଇଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.