ନୀଳଗିରି,୧୯/୮ : ନୀଳଗିରି ବ୍ଲକ ଅଧିନ ବାଘମରା ଗ୍ରାମର ମୁକୁନ୍ଦ ସିଂ(୬୭) ୧୫ତାରିଖଠାରୁ ନିଖୋଜ ଥିଲେ। ସେ ନିଜ ପଞ୍ଚାୟତ ଜାମୁଡିହାକୁ ଭତ୍ତା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଭତ୍ତା ଆଣି ସାରି ସ୍ଥାନୀୟ ଚୁଡାଖିଆ ନଈ ପାଖରେ ବସିଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ହେଲେ କିଛି ସମୟ ପରେ ତାଙ୍କୁ ଆଉ ପାଇନଥିଲେ। ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଶେଷରେ ତାଙ୍କୁ ସେହି ବନ୍ଧ ପାଣିରେ ଗଳିତ ଅବସ୍ଥାରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ନୀଳଗିରି ପୋଲିସ ଶବ ଉଦ୍ଧାର କରିବା ସହ ପୋଷ୍ଟମୋଟମ ପାଇଁ ପଠାଇଛି।

ଉପରାଷ୍ଟ୍ରପତି ନିର୍ବାଚନ : କେଉଁ ପଟକୁ ଢଳିବ ବିଜେଡି...