ମାଲକାନଗିରି,୨୦/୦୮: ଭାଙ୍ଗୁଛି ମାଓଗଡ। ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲ୍ଲାରେ ୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ। ସେମାନେ ଦୀର୍ଘଦିନ ଧରି ଓଡ଼ିଶା-ଛତିଶଗଡ଼ ସୀମାରେ ସକ୍ରିୟ ଥିବା ବେଳେ ସମସ୍ତ ମାଓବାଦୀଙ୍କ ନାଁରେ ମୋଟ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଲକ୍ଷ୍ମଣ କୋରାମ ଓରଫ ଜୁନୁ ଓ ସଖରମଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୂର୍ବରୁ ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିଭଳି ଲକ୍ଷ୍ମଣଙ୍କ ପତ୍ନୀ ମାଦୋ ଓରଫ ଜରିନା ଉପରେ ୫ ଲକ୍ଷ ଓ ପାଣ୍ଡୁରାମ ଉପରେ ୧ ଲକ୍ଷ ଟଙ୍କା ଇନାମ ଘୋଷଣା କରାଯାଇଥିଲା । ସମସ୍ତ ମାଓବାଦୀ ବସ୍ତର, କୋଣ୍ଡାଗାଁ, କାଂକେର, ଦନ୍ତେୱାଡା ଓ ମାନପୁର ଅଂଚଳରେ ଅନେକ ମାଓ ହିଂସାରେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଛି। ଛତିଶଗଡ଼ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ନୂଆ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୋଣ୍ଡାଗାଁ ଏସପି ଅକ୍ଷୟ କୁମାର କହିଛନ୍ତି ।