ଗୋଲାମୁଣ୍ଡା, ୨୦/୫ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ଫରଙ୍ଗଠାରୁ ଚପୁରିଆ ଧାନ ମଣ୍ଡି ପର୍ଯ୍ୟନ୍ତ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜୁନାଗଡ଼ ବିଧାୟକ ପାର୍ଥୀ ମୋନୋଜ ମେହେର ଜାତୀୟ ପତାକା ଦେଖାଇ ଏହି ପରାକ୍ରମ ବାଇକ ଶୋଭାଯାତ୍ରାର ଶୁଭଉଦଘାଟନ କରିଥିଲେ। ମୋନୋଜ ମେହେର ପରାକ୍ରମର ଏହି ଶୋଭାଯାତ୍ରା ଦେଶର ସୀମାନ୍ତରେ ଲଢ଼ୁଥିବା ଜାଗ୍ରତ ପ୍ରହରୀ ଭାରତୀୟ ସେନାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି କହିଥିଲେ । ଦେଶଭକ୍ତିର ଭାବନାରେ ଉଦବୁଦ୍ଧ ହୋଇ ପ୍ରତ୍ୟେକ ଜନ ସାଧାରଣ ଏଥିରେ ଭାଗ ନେବା ପାଇଁ ସେ ଉତ୍ସାହିତ କରିଥିଲେ।
ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଗୋଲାମୁଣ୍ଡା ବିଜେପି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ଭାରତୀୟ ଜନତା ପାର୍ଟିର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଜୁନାଗଡ଼ ବିଧାୟକ ପାର୍ଥୀ ମୋନୋଜ ମେହେର, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ ବରିଷ୍ଠ ବିଜେପି ନେତା ପ୍ରସନ୍ନ ରାଉତ, ଭାଗ୍ୟବାନ ବାଗ, ସମିର ସାହୁ, ବେଣୁଧର ସାହୁ, ବିଷ୍ଣୁ ପ୍ରସାଦ କାଣ୍ଡ, ଲଲିତ ପ୍ରଧାନ, ଅଭି ଦାସ, ପ୍ରଭଞ୍ଜନ ସରାଫ ବିଷ୍ଣୁ ସାହୁ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ରହି ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।