ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଘର ଆଗରେ ବସି ଥିବା ବେଳେ ଗାଡି ଧକ୍କା କଲେ, ପଚାରିବାରୁ ଛୁରାମାଡ଼ କଲେ

ଆଠଗଡ଼,୨୬/୦୭: ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ର କରି ଛୁରାମାଡ। କଟକ ଜିଲ୍ଲା ନରସିଂହପୁର ଥାନା କୋକଳବା ଗ୍ରାମରେ ଏଭଳି ଘଟଣା ଘଟିଛି। ଛୁରାମାଡ଼ରେ ୩ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । 

ସୂଚନା ଅନୁଯାୟୀ, ନରସିଂହପୁର ଥାନା କୋକଳବା ଗ୍ରାମର ରାଜେନ୍ଦ୍ର ନାୟକ ଏବଂ ତାଙ୍କର କିଛି ସାଙ୍ଗ ଘର ଆଗରେ ବସିଥିଲେ । ଏହି ସମୟରେ ସାମ୍ନା ପଟରୁ ଏକ ଗାଡିରେ ସେହି ଗ୍ରାମର ଅଲେଖ ରଣା ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସାମାନ୍ୟ ଆହତ ହେଇଥିଲେ ରାଜେନ୍ଦ୍ର । ଏହା ପରେ ତାଙ୍କ ପରିବାର ପକ୍ଷରୁ ଅଲେଖଙ୍କ ଘରକୁ ଯାଇ ଏମିତି ଦୁର୍ଘଟଣା କାହିଁକି କଲେ ବୋଲି ପଚାରିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଖିଳ ରାଣା ଘରକୁ ଯାଇ ଏକ ଛୁରୀ ଆଣି ତାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରାଜେନ୍ଦ୍ର ନାୟକଙ୍କ ପରିବାରର ୩ ଜଣ ଆହାତ ହୋଇଥିଲେ । ପ୍ରଥମେ ୩ଜଣଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅପର ପକ୍ଷେ ଅଖିଳ ରଣା ଫେରାର ଥିବା ବେଳେ ନରସିଂହପୁର  ପୋଲିସ୍  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.