ମାଲକାନଗିରି, ୪/୧୨: ଗତ ୨ତାରିଖ ଦିନ ମାଲକାନଗିରି ଥାନା ସ୍ଥ ଗରେଇ ଗୁଡା ପୋଖରୀ ହୁଡ଼ା ରୁ ଜଣେ ବ୍ୟକ୍ତିର କ୍ଷତ ବିକ୍ଷତ ମୃତ ଶରୀର ଉଦ୍ଧାର ହୋଇଥିଲା। ଏହି ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିଛି ପୁଲିସ, ତିନି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌଡ଼ଗୁଡା ପଞ୍ଚାୟତ କଟେଲଗୁଡା ଗ୍ରାମ ର ଜିତେନ ପଡିଆମୀ(୨୭) ଗଙ୍ଗା ସୋଡି(୩୫),ଆଡ଼ମା ମାଡକାମି (୩୦)। ଖଜୁରୀ ତାଡି ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବାର ପୁଲିସ କହିଛି।
ସୂଚନା ଅନୁଯାୟୀ ମାଲକାନଗିରି ଆଦର୍ଶ ଥାନାସ୍ଥ ଗୌଡ଼ଗୁଡା ପଞ୍ଚାୟତ ଗରେଇଗୁଡା ଗ୍ରାମର ମଙ୍ଗଳା କବାସୀ ଗତ ୧ତାରିଖ ରାତିରେ ଗାଁ ମୁଣ୍ଡ ପୋଖରୀ ନିକଟରେ ଥିବା ଲାଡିକୁ ଶୋଇବାକୁ ଯାଇଥିଲେ। ଗତ ୨ତାରିଖ ସକାଳୁ ଲାଡି ନିକଟରେ ଥିବା ପୋଖରୀ ହୁଡ଼ାରେ ମଙ୍ଗଳାଙ୍କ କ୍ଷତ ବିକ୍ଷତ ମୃତ ଶରୀର ପଡ଼ିଥିବାର ଦେଖିବାକୁ ପାଇ ଥିଲେ ପରିବାର ଲୋକେ। ମୃତ ମଙ୍ଗଳା ଙ୍କ ବେକ,ହାତ କହୁଣୀ ରେ କ୍ଷତ ଚିହ୍ନ ଥିବାର ଦେଖି ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତଙ୍କ ଭାଇ ମଙ୍ଗଡୁ କବାସୀ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସହକାରି ଏସପି ତପନ ନାରୟଣ ରଥ ଓ ଏସଡିପିଓ ସଚୀନ ପଟେଲ ଙ୍କ ପ୍ରତ୍ୟେକ୍ଷ୍ୟ ତତ୍ୱାବଧାନ ରେ ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ଙ୍କ ନେତୃତ୍ୱ ରେ ସବଇନିସପେକ୍ଟର ପ୍ରଭାତ ଗୌଡ଼ କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି ଓ ଅନ୍ୟ ପୁଲିସ ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରା ଯାଇ ତଦନ୍ତ ଆରମ୍ଭ ହୋଇଥିଲା। କୋରାପୁଟ ରୁ ସାଇଣ୍ଟିଫିକ ଟିମ ମଧ୍ୟ ଆସି ତଦନ୍ତ କରିଥିଲେ । ହତ୍ୟାର ୨୪ଘଣ୍ଟା ମଧ୍ୟରେ ପୁଲିସ ଘଟରାର ପର୍ଦ୍ଦା ଫାସ କରି ବାରେ ସଫଳ ହୋଇଛନ୍ତି।
ପୁଲିସ ସୂଚନା ଅନୁଯାଇ ଗରେଇଗୁଡ଼ା ଗ୍ରାମର ମଙ୍ଗଳା କବାସୀ ଙ୍କର ଦୁଇଟି ମାଛ ପୋଖରୀ ଓ କିଛି ଖଜୁରୀ ଗଛ ଅଛି। ସେ ଗଛରେ ହାଣ୍ଡି ବାନ୍ଧି ଖଜୁରୀ ତାଡି ସଂଗ୍ରହ କରି ବିକି ଥାନ୍ତି।ମାଛ ଓ ଖଜୁରୀ ତାଡି ଚୋରି ହୋଇଯିବା ଭୟ ରେ ସେ ରାତିରେ ପୋଖରୀ ନିକଟ ଲାଡି କୁ ଶୋଇଇବାକୁ ଯାଇଥାନ୍ତି। ଗତ ୧ତାରିଖ ରାତିରେ ମଧ୍ୟ ସେ ଲାଡିକୁ ଶୋଇବାକୁ ଯାଇଥିଲେ। ସେ ପୋଖରୀ ହୁଡ଼ା ନିକଟକୁ ଯାଇ ଦେଖିଲା ବେଳକୁ ଖଜୁରୀ ଗଛରେ କିଏ ଚଢିଛି, ସେ ପାଟି କରି ସେଠା କୁ ଯାଇଥିଲେ।, କଟେଲଗୁଡା ଗ୍ରାମର ଜିତେନ ପଡିଆମୀ, ଗଙ୍ଗା ସୋଡି,ଆଡ଼ମା ମାଡକାମି ଖଜୁରୀ ତାଡି ଚୋରି କରୁଥିବା ରୁ ସେମାନଙ୍କୁ ମଙ୍ଗଳା ଗାଳି ଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ଯୁକ୍ତି ତର୍କ ହୋଇଥିଲା। ଏଥିରେ ରାଗିଯାଇ ମଙ୍ଗଳା କୁ ବିଧା ଗୋଇଠା ମାରିବା ସହିତ ବାଡ଼ିରେ ପିଟିଥିଲେ ଏହି ତିନିଜଣ। ଜଣେ ଯୁବକ ମଙ୍ଗଳା ଙ୍କ ବେକକୁ ଚିପି ଧରିବାରୁ ଅଣ ନିଶ୍ୱାସୀ ହୋଇ ମଙ୍ଗଳା ଙ୍କର ମୃତ୍ୟୁ ଘଟିଥିଲା। ଏହି ତିନିଜଣ ମଙ୍ଗଳାଙ୍କ ମୃତ ଶରୀରକୁ ପୋଖରୀ ହୁଡ଼ା ଠାରୁ କିଛି ଦୂର ରେ ଫିଙ୍ଗିଦେଇ ପଳାଇ ଥିବାର ପୁଲିସ ନିକଟରେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି।