ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ମହିଳାଙ୍କୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ

Published By : Prameya | December 23, 2024 10:32 PM

ମାଲକାନଗିରି,୨୩।୧୨(ଆପ୍ର ):  ମାଲକାନଗିରି ସହକାରୀ ଦୌରା ଜଜ (ମହିଳା ଅଦାଲତ) ବବିତା ଦାସ  ସୋମବାର ଏକ ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତିା ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଆସାମୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଭରିବା ପାଇଁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବେ ବୋଲି ରାୟ ଶୁଣାଇଛନ୍ତି।

 ଗତ ୧.୨.୨୦୦୯ ରେ  ଖଇରପୁଟ ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ଜଣେ ମହିଳା ଜାଲେଣି କାଠ ସଂଗ୍ରହ କରିବା ନିମନ୍ତେ ଜଙ୍ଗଲକୁ ଯାଇଥିବା ବେଳେ ସେହି ସମୟରେ ଏକାକୀ ମହିଳା ଙ୍କୁ ଦେଖି ସେଖ୍ ସୁରି ଦୁଷ୍କର୍ମ କରିଥିଲୋ ଦୁଷ୍କର୍ମ ପରେ ଯଦି ଏ ସମ୍ବନ୍ଧରେ ଗ୍ରାମବାସୀ କିମ୍ବା ପୋଲିସକୁ କହିଲେ ତାଙ୍କୁ ଜୀବନରେ ମାରିଦେବା ଧମକ ମଧ୍ୟ ଦେଇଥିଲୋ ମହିଳା ଜଣକ ଜଙ୍ଗଲରୁ ଘରକୁ ଫେରିବା ପରେ ଏହି ଘଟଣା ସମ୍ବନ୍ଧରେ ତାଙ୍କ ଝିଅକୁ କହିଥିଲେ। ତାଙ୍କ ଝିଅ ଓ ମା ୨.୨.୨୦୦୯ ତାରିଖ ଦିନ ଏ ସମ୍ବନ୍ଧରେ ମୁଦୁଲିପଡା ଥାନାରେ ଅଭି ଯୋଗ କରିଥିଲୋ । ତାଙ୍କ ଅଭି ଯୋଗକୁ ଭିତ୍ତି କରି ମୁଦୁଲିପଡା ଥାନା ପୋଲିସ ଏ ସମ୍ବନ୍ଧରେ ତଦନ୍ତ କରିବା ସହ ମହିଳା ଜଣଙ୍କ ଡାକ୍ତରୀ ମାଇନା କରିଥିଲେ। ଘଟଣା ସ୍ଥଳକୁ ଯାଇ ସେଠାରେ ତଦନ୍ତ କରିବା ପରେ ସେଖ ସୁରିଙ୍କୁ ଗିରଫ କରିଥିଲୋ ତେବେ ଏହି ମାମଲା ଆଜକୁ ୧୫ ବର୍ଷ ବିତି ଯାଇଥିବା ବେଳେ ଆଜି ଏହି ମାମଲାର ରାୟ ଶୁଣା ଯାଇଛିା ଏହି ମାମଲାରେ ଅଭିଯୋଗକାରୀ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ସାକ୍ଷୀଙ୍କ ଆଧାରରେ ମାମଲାର ଫୈସଲା କରା ଯାଇ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ପୈଠ କରିବା ପାଇଁ ରାୟ ଶୁଣା ଯାଇଛିା ଯଦି ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ଶୁଣାଇଛନ୍ତିା ଏହି ମାମଲାକୁ ଅତିରିକ୍ତ ସରକାରୀ ଓକିଲ ରବିନାରାୟଣ ପାତ୍ର ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.