ମାଲକାନଗିରି, ୨୩/୧୨ (ଆପ୍ର ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରେ ମାଓ ହିଂସାକାଣ୍ଡ ଥମିବାର ନା ଧରୁ ନାହିଁ, କେଉଁଠି ପୁଲିସ କୁ ଟାର୍ଗେଟ କରି ଆକ୍ରମଣ କଲେଣିତ ଆଉ କେଉଁଠି ପୁଲିସ ସୂଚନା ଦାତା ସନ୍ଦେହ ରେ ଗ୍ରାମ ବାସୀଙ୍କୁ ହତ୍ୟା କଲେଣି। ମାଓବାଦୀଙ୍କ ସ୍ପାଇକ ହୋଲ ରେ ପଡି ଜଣେ ଯବାନ ଆହତ ହୋଇଛନ୍ତି।ଦୁଇ ଦିନରେ ଦୁଇଟି ସ୍ଥାନ ରେ ପୃଥକ ପୃଥକ ଭାବେ ମାଓବାଦୀ ମାନେ ହିଂସାକାଣ୍ଡ ଘଟାଇ ପୁଲିସ ର ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାର୍ଡ ଓ ବିଜେପୁର ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ମାନେ ବାସାଗୁଡା ଥାନା ଅଞ୍ଚଳ ଜଙ୍ଗଲ ରେ ମିଳିତ ମାଓ ଅପରେସନରେ ଯାଇଥିଲେ। ଜଙ୍ଗଲରେ ଯାଉଥିବା ବେଳେ ପୂର୍ବରୁ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖୋଳିଥିବା ସ୍ପାଇକ ହୋଲରେ ଆଶିଷ ନାଗ ନାମକ ଜଣେ ଡ଼ିଆରଜି ଯବାନ ଗଳି ପଡି ଆହତ ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ଯବାନ ମାନେ ଚିକିତ୍ସା ନିମନ୍ତେ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳ ରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।