ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ତମ୍ୱା ପାତ୍ର ବ୍ୟବହାର କରୁଥିଲେ ଭୁଲ୍‌ରେ ବି ଏଭଳି କରନ୍ତୁନି, ନହେଲେ...

Published By : Prameya | March 26, 2025 7:17 PM

ଭୁବନେଶ୍ୱର, ୨୬।୩: ଅନେକ ଲୋକ ତମ୍ୱା ପାତ୍ରରେ ପାଣି ପିଇଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଓ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଏ । ତେବେ ତମ୍ୱା ପାତ୍ରରେ ପାଣି ପିଉଥିବା ଲୋକମାନେ ଅନେକ ସମୟରେ କିଛି ଭୁଲ୍ କରିବସନ୍ତି । ଯଦି ଆପଣ ତମ୍ୱା ବ୍ୟବହାର କରୁଛନ୍ତି, ତେବେ କିଛି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ସାରା ଦିନ ତମ୍ୱା ପାତ୍ରରେ ପାଣି ରଖି ପିଅନ୍ତୁ ନାହିଁ । ଏଭଳି କରିବା ଫଳରେ ଶରୀରରେ ତମ୍ୱାର ପରିମାଣ ବଢ଼ିଯାଇଥାଏ । ଏହି କାରଣରୁ ମୁଣ୍ଡ ବୁଲାଇବା, ପେଟ ଯନ୍ତ୍ରଣା, କିଡନୀ ଫେଲ୍ ଭଳି ଗମ୍ଭୀର ସମସ୍ୟା ଦେଖାଯାଏ । 

ଭୁଲ୍‌ରେ ମଧ୍ୟ ତମ୍ୱା ପାତ୍ରରେ ଲେମ୍ୱୁ କିମ୍ୱା ମହୁ ମିଶାନ୍ତୁ ନାହିଁ । କାରଣ ଏହି ୨ଟି ଜିନିଷ ଏକାଠି ହେଲେ ତମ୍ୱା ପାତ୍ରରେ ବିଷାକ୍ତ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତମ୍ୱା ପାତ୍ରରେ ଲେମ୍ୱୁ ପକାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍ ଏବଂ ବାନ୍ତି ହୁଏ । ତମ୍ୱା ପାତ୍ରରେ ସବୁବେଳେ ପାଣି ପିଇବା ଦ୍ୱାରା ଶରୀରରେ ଅମ୍ଳତା ବୃଦ୍ଧି ପାଇଥାଏ । ତମ୍ୱା ପାତ୍ରରେ ଖଟା ଜିନିଷ ରଖନ୍ତୁ ନାହିଁ । ଏହା ଫଳରେ ପାତ୍ରରେ ଥିବା ଖାଦ୍ୟ ସମ୍ପୂର୍ଣ୍ଣ ବିଷାକ୍ତ ହୋଇଯାଇଥାଏ । ଯଦି ଆପଣ ତମ୍ୱା ବୋତଲରେ ପାଣି ପିଉଛନ୍ତି, ତେବେ ଏହାକୁ ସପ୍ତାହକୁ ୩ ଥର ସଫା କରନ୍ତୁ । ତମ୍ୱା ବାସନକୁ ସଠିକ୍ ଭାବେ ସଫାସୁତୁରା ରଖିବା ଉଚିତ୍ । ନହେଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ତମ୍ୱା ବାସନରୁ ଲେମ୍ୱୁ ଏବଂ ଲୁଣ ପକାଇ ଏହାକୁ ଭଲଭାବେ ସଫା କରନ୍ତୁ । ସେହିଭଳି ତମ୍ୱା ପାତ୍ରରେ ପାଣି ପିଇବା ପୂର୍ବରୁ କିଡ୍‌ନୀ ଏବଂ ହୃଦ୍‌ରୋଗୀମାନେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.