ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଶିଶୁଙ୍କୁ ଦିନରେ କେତେ ସମୟ ଶୋଇବା ଦରକାର...

Published By : prameya | March 29, 2025 9:06 AM

ଶୋଇବା ଶିଶୁଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଜରୁରି । ଚାଲନ୍ତୁ ଜାଣିବା ବୟସ ଅନୁସାରେ ଶିଶୁଙ୍କୁ କେତେ ସମୟ ଶୋଇବା ଆବଶ୍ୟକ । ଶିଶୁ ଜନ୍ମ ପରେ ତା’ଶୋଇବାକୁ ନେଇ ପିତାମାତା ଚିନ୍ତାରେ ରହିଥାନ୍ତି । ଶିଶୁ ଜନ୍ମ ହେବା ପରେ କିଛି ଦିନ ଯାଏ ଅଧିକ ସମୟ ଶୋଇଥାଏ । କିନ୍ତୁ ବଡ଼ ହେବା ସହ ଶୋଇବା ସମୟ କମି ଚାଲେ । ପର୍ଯ୍ୟାପ୍ତ ଶୋଇବା ଶିଶୁର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଜରୁରି । ତେବେ ଚାଲନ୍ତୁ ଜାଣିବା ବୟସ ଅନୁସାରେ ଶିଶୁକୁ କେତେ ସମୟ ଶୋଇବା ଆବଶ୍ୟକ । 

୩ରୁ ୪ ମାସ ଭିତରେ

 ୩ରୁ ୪ ମାସର ଶିଶୁକୁ ଦିନରେ ସର୍ବନିମ୍ନ ୫ ଘଣ୍ଟା ଶୋଇବା ଦରକାର । ଏହି ସମୟରେ ଶିଶୁର ଶାରୀରିକ ଓ ମାନସିକ ବିକାଶ ତୀବ୍ର ବେଗରେ ହୋଇଥାଏ । ତାହା ପୁଣି ଶୋଇବା ସମୟରେ ହିଁ ହୋଇଥାଏ । ଏହି ସମୟରେ ଶିଶୁ ଦିନରେ ଅଧିକ ସମୟ ଓ ରାତିରେ କମ୍‌ ସମୟ ଶୋଇଥାଏ । 

୫ରୁ ୭ ମାସ ଭିତରେ

ଏହି ସମୟରେ ପିଲାର ଶୋଇବା ସମୟ ୪ ଘଣ୍ଟାକୁ ଯାଏ ଖସିଚାଲେ । ଏହି ସମୟରେ ଶିଶୁ ଅଧିକ ସକ୍ରିୟ ହେବା ସହ ମାଂସପେଶୀ ମଜଭୁତ ହୋଇଚାଲେ । ସେ ନିଜ ଆଖପାଖରେ ଥିବା ଜିନିଷ ପ୍ରତି ବେଶୀ ଆକର୍ଷିତ ହୋଇଥାଏ । ଫଳରେ ଶୋଇବା ଆପେ ଆପେ କମିଚାଲେ । 

୭ରୁ ୯ ମାସ ଭିତରେ

ଶିଶୁର ଶୋଇବା ସମୟ ଆହୁରି କମିଚାଲେ । ଏ ସମୟରେ ଶିଶୁ ଦିନରେ କମ୍‌ ଶୋଇବା ସହ ରାତିରେ ଧୀରେ ଧୀରେ ଶୋଇବା ଅଭ୍ୟାସରେ ପଡିଥାଏ । ଏହି ସମୟରେ ଶିଶୁର ଶୋଇବା ୩.୫ ଘଣ୍ଟା ହେବା ଆବଶ୍ୟକ । ଏହି ବୟସରେ ଶିଶୁର ଶାରୀରିକ ବିକାଶ ତୀବ୍ର ହେବା ସହ ସେ ଅଲଗା ଅଲଗା ଆଚରଣ ମଧ୍ୟ କରିଥାଏ । ଫଳରେ ଦିନରେ ଏସବୁ କରିବା ଯୋଗୁ ରାତିରେ ଅଧିକ ଶୋଇଥାଏ । 

୧୦ରୁ ୨୪ ମାସ ଭିତରେ

ଏଠାରେ ଶିଶୁର ଶୋଇବା ସମୟ ୨ରୁ ୩ ଘଣ୍ଟା ଭିତରେ ସୀମିତ ହୋଇଯାଏ । ସେହି ଶୋଇବା ପୁଣି ଛୋଟ ଛୋଟ ସମୟରେ ବିଭକ୍ତ ହୋଇପଡେ । ଏହି ବୟସରେ ପିଲା ଖେଳକୁଦ ସହ ବିଭିନ୍ନ ଶାରୀରିକ ଗତିବିଧିରେ ବ୍ୟସ୍ତ ରହିଥାଏ । ତେଣୁ ଦିନରେ ଶୋଇବା ସମୟ କମିଯାଏ । କିନ୍ତୁ ରାତିରେ ଶୋଇବା ଅଭ୍ୟାସ କ୍ରମଶଃ ବଢିଚାଲେ । ତେଣି ପିଲା ଦିନରେ ୨ରୁ ୩ ଘଣ୍ଟା ଶୋଇଲେ କିଛି ସମସ୍ୟା ନଥାଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.