ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଏମିତି ଭୁଲ୍ କରନ୍ତୁ ନାହିଁ , ପିଲାଙ୍କ ଉପରେ ପକାଇ ପାରେ ଖରାପ ପ୍ରଭାବ

Published By : Prameya | March 28, 2025 7:50 PM

ନୂଆଦିଲ୍ଲୀ : 'ମେରା ନାମ୍‌ କରେଗା ରୋଶନ ଜଗ୍‌ ମେଁ ମେରା ରାଜ ଦୁଲାରା' , ହିନ୍ଦୀ ସିନେମାରେ ଏହି ପୁରୁଣା ଗୀତଟି ମାଆ-ବାପା ଓ ପୁଅର ସଂପର୍କକୁ ବଡ଼ ସୁନ୍ଦର ଭାବେ ଦର୍ଶାଇ ଥାଏ। କେଉଁ ଭଳି ମାଆ-ବାପା ନିଜର ପୁଅକୁ ନେଇ ଅନେକ ସ୍ୱପ୍ନ ସଜାଇ ଥାନ୍ତି , ତାର ସୁନ୍ଦର ଭବିଷ୍ୟତ ପାଇଁ ଚେଷ୍ଟା କରିଥାନ୍ତି, ଏହା ଉପରେ ତ ଶହ ଶହ ପୁସ୍ତକ ଲେଖିଲେ କମ୍ ପଡ଼ିଯିବ। ହେଲେ ଏହି ସୁନ୍ଦର ସଂପର୍କ ଅନେକ ଥର ଫିକା ପଡ଼ିଯାଏ। ଏହା ପଛରେ ଅନେକ କାରଣ ରହିଛି । ଅନେକ ସମୟରେ ମାଆ ବାପା ଏମିତି କିଛି ଭୁଲ୍‌ କରି ବସନ୍ତି , ଯାହା ତାଙ୍କର ଓ ତାଙ୍କ ପୁଅ ମଧ୍ୟରେ ସଂପର୍କକୁ ବିଗାଡ଼ି ଦିଏ। ସ୍ଥିତି ଏମିତି ବି ହୋଇଯାଏ ଯେ, ଉଭୟ ଗୋଟିଏ ହିଁ ଛାତ ତଳେ ଅଜଣା ଭାବେ ରହିବାକୁ ଲାଗନ୍ତି। ମହାନ ବିଦ୍ୱାନ ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏହି କଥାକୁ ମଧ୍ୟ ବଡ଼ ବିସ୍ତାର ଭାବେ ବୁଝାଇଛନ୍ତି। ସେ ଏମିତି କିଛି କଥା କହିଛନ୍ତି , ଯାହାକି ମାଆ ବାପା କରିବା ଉଚିତ୍‌ ନୁହେଁ। 

ନିଜ ପୁଅ ସହ ଅନ୍ୟକୁ ତୁଳନା କରନାହିଁ –

ଅନେକ ସମୟରେ ମାଆ-ବାପା ନିଜ ପିଲାଙ୍କ ତୁଳନା କରିଥାନ୍ତି। ସେମାନେ ଭାବନ୍ତି କି, ଏମିତି କରିବାରେ ପିଲା ମୋଟିଭେଟ୍‌ ହେବେ ଏବଂ ଭଲ କରିବାରେ ଚେଷ୍ଟା କରିବେ। କିନ୍ତୁ ସର୍ବାଧିକ ମାମଲାରେ ଏହାର ଠିକ୍‌ ଓଲଟା ହୋଇଥାଏ । ଲଗାତାର ଅନ୍ୟ ସହ ତୁଳନା କରାଯିବା ପିଲାଙ୍କୁ ଏକ ହିନ ଭାବନା ଓ ଅସୁରକ୍ଷା ଅନୁଭବ କରାଇ ଥାଏ। ଯାହା ତାର ଭବିଷ୍ୟତ ପାଇଁ ଖରାପ ପ୍ରଭାବ ପକାଇ ପାରେ। ଏହା ବ୍ୟତୀତ ପିଲାଙ୍କ ମନରେ ନିଜର ପିତାମାତାଙ୍କୁ ନେଇ ବିରକ୍ତି ଭାବ ସୃଷ୍ଟି ହୋଇ ପାରେ। ଫଳରେ ପିତାମାତାଙ୍କ ସହ ପିଲାର ସଂପର୍କରେ ଖରାପ ଆସିପାରେ। 

ପୁଅର ବିଚାର ଓ ଭାବନାକୁ ସମ୍ମାନ ନକରିବା –

ମାଆ-ବାପାଙ୍କ ପାଇଁ କେବେ ନିଜର ପିଲା ବଡ଼ ହୋଇ ନଥାନ୍ତି ଏବଂ ଏହାର ଏକ ନେଗେଟିଭ୍‌ ଇମ୍ପାକ୍ଟ ଏହା ପଡ଼ିଥାଏ କି, ପିତାମାତା ପିଲାଙ୍କ କଥା କେବେ ଶୁଣିବାକୁ ହିଁ ଚାହାନ୍ତି ନାହିଁ। ପିଲା କେଉଁ ଜିନିଷ ଉପରେ ନିଜର ବିଚାର ରଖିବ ବା ନିଜର ଇମୋସନ ସେୟାର କରିବ ,ତ ଅନେକ ପିତାମାତା ଏହାକୁ ସିରିୟସ ଭାବେ ନିଅନ୍ତି ନାହିଁ ଏବଂ ଏହାକୁ ଏଡେଇ ଦିଅନ୍ତି। ଏମିତି କରିବା ଦ୍ୱାରା ପୁଅର ମନରେ ଅଲଗା ଭାବନା ସୃଷ୍ଟି ହୁଏ ଏବଂ ସେ ଭାବେ ଯେ ତାର ମାଆ ବାପାଙ୍କୁ ତାର ଚିନ୍ତା ହିଁ ନାହିଁ। ଗୋଟେ ସମୟ ପରେ ମାଆ ବାପାଙ୍କୁ ମଧ୍ୟ ଏହା ବୁଝିବା ଜରୁରୀ ଯେ, ତାଙ୍କର ପୁଅ ଏବେ ବଡ଼ ହୋଇ ଯାଇଛି ଏବଂ ତାକୁ ବି କିଛି ନିଷ୍ପତ୍ତି ନେବାର ଅଧିକାର ରହିଛି। ଜିନିଷକୁ ନେଇ ତାର ବି ନିଜର କିଛି ସ୍ୱତନ୍ତ୍ର ବିଚାର ରହିଛି। ଯଦି ଆପଣଙ୍କୁ କିଛି ଭୁଲ୍‌ ଲାଗୁଛି ତ ଆପଣଙ୍କୁ ଏହାକୁ ବୁଝିବାର ପୂରା ହକ୍‌ ରହିଛି । ହେଲେ ଏଥି ପାଇଁ ଆପଣଙ୍କୁ ତାକୁ ଶୁଣିବା ଓ ବୁଝିବା ମଝ୍ୟ ଜରୁରୀ।

ଲୋକଙ୍କ ଆଗରେ ଅଧିକ ପ୍ରଶଂସା କରିବାରୁ ନିବୃତ୍ତ ରୁହନ୍ତୁ –

କେଉଁ ମାଆ ବାପା ଚାହାନ୍ତି ନାହିଁ ତାଙ୍କର ପୁଅ ଭଲ ହେଉ , ସବୁଥିରେ ପରଫେକ୍ଟ ହେଉ , ଯାହାକି ପୂରା ଦୁନିଆ ଆଗରେ ତାର ପ୍ରଶଂସା ହେବ। ହେଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ , ଆପଣଙ୍କୁ ପୁଅକୁ  ସମସ୍ତଙ୍କ ଆଗରେ ସେତେ ଅଧିକ ପ୍ରଶଂସା କରିବା ଉଚିତ ନୁହେଁ , ଏମିତି କଲେ ଅନେକ ସମୟରେ ଲୋକେ ଆପଣଙ୍କର ପୁଅର ଭଲ ଦେଖିସହି ପାରିବେ ନାହିଁ। ଏହି ଚକ୍କର କୌଣସି ଅହିତକର କାର୍ଯ୍ୟ ବି ହୋଇ ପାରେ। 

ପୁଅର ସର୍ବଦା ଆତ୍ମବିଶ୍ୱାସ ବଢାନ୍ତୁ - 

ଅନେକ ପିତାମାତାଙ୍କ ଅଭ୍ୟାସ ହୋଇ ଥାଏ କି, ସେ ସର୍ବଦା ନିଜର ପୁଅକୁ ନେଇ ଏକ ନେଗେଟିଭ୍‌ ମନୋଭାବ ଆପଣାଇ ଥାନ୍ତି। ପୁଅ କିଛି କରିବାକୁ ଗଲେ ପ୍ରଥମେ ତା ଉପରେ ଅବିଶ୍ୱାସ କରିବା ଜିନିଷକୁ ଖରାପ କରି ଦିଅ। ଏ ତୁମ ଦ୍ୱାରା ହୋଇ ପାରିବ ନାହିଁ, ତୁମେ ଆଜି ସୁଦ୍ଧା କିଛି କରି ପାରିଛ ଯେ, ଏହା କରିବ , ତୁମେ ସବୁ କାମ ବିଗାଡ଼ି ଦେଉଛ। ଏହା କିଛି ଏମିତି କଥା ଯେ ଯାହା ପୁଅର ମନକୁ ଭିତରୁ ଭାଙ୍ଗି ଦିଏ । ଏହା ପିଲାର ଆତ୍ମବିଶ୍ୱାସ ହ୍ରାସ କରି ନଥାଏ , ଏହାସହ ପିତାମାତା ଓ ପିଲାଙ୍କ ମଧ୍ୟରେ ବଣ୍ଡିଂକୁ ମଧ୍ୟ ଖରାପ କରି ଦେଇଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.