ନୂଆଦିଲ୍ଲୀ : କଦଳୀ ଏମିତି ଏକ ଫଳ , ଯାହାକୁ ପିଲା ଠାରୁ ବୃଦ୍ଧ ସମସ୍ତେ ଖାଇବାକୁ ଭଲ ପାଆନ୍ତି। କଦଳୀରେ ନ୍ୟୁଟ୍ରିସନ ଭରପୂର ରହିଥାଏ। ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହାକୁ ପ୍ରତିଦିନ ଖାଇବାକୁ ପରାମର୍ଶ ଦେଇଥା'ନ୍ତି। ଫାଇବର ଠାରୁ ନେଇ ପୋଟାସିୟମ ଭଳି ଜରୁରୀ ପୋଷଣ ତତ୍ତ୍ୱ ପାଇଁ କଦଳୀ ଖାଇବା ଫଳପ୍ରଦ। କିନ୍ତୁ ସବୁଠୁ ଅଧିକ ସମସ୍ୟା କଦଳୀର ଷ୍ଟୋରେଜ୍ ବା ସଂରକ୍ଷଣକୁ ନେଇ ହୋଇଥାଏ। ଅନେକ ସମୟରେ କଦଳୀ ଗୋଟିଏ ରାତିରେ ପାଚି ସଢି ଯାଏ, ଖାଇବା ଯୋଗ୍ୟ ହୋଇ ରହି ନଥାଏ। ନବରାତ୍ରୀ ବ୍ରତରେ ଖାଇବା ଓ ଦେବୀ ମାଆଙ୍କୁ ଭୋଗ ଲଗାଇବା ପାଇଁ ଫଳ ଭିତରେ କଦଳୀ ଆବଶ୍ୟକ ହୋଇଥାଏ। କିନ୍ତୁ ଏହାକୁ ଆପଣ ଏଥିପାଇଁ କିଣି ନଥା'ନ୍ତି ,ଏହା ଶୀଘ୍ର ଖରାପ ହୋଇଯାଏ ତ ଜାଣି ନିଅନ୍ତୁ ଯେ , କଦଳୀକୁ ଷ୍ଟୋର କରିବାର ସହଜ ଉପାୟ –
କଦଳୀ ଅତ୍ୟଧିକ ପାଚି ଖରାପ ହେବାରୁ ରକ୍ଷା କରିବା ପାଇଁ ଏହି ଟିପ୍ସକୁ ଅନୁସରଣ କରନ୍ତୁ –
କଦଳୀଙ୍କୁ ଧୋଇ ଦିଅନ୍ତୁ –
କଦଳୀକୁ ମାର୍କେଟରୁ ଆଣିବା ପରେ ଚୋପା ସହ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କଦଳୀର ଉପରେ ଲାଗିଥିବା କେମିକାଲ ଧୋଇ ହୋଇଯାଏ ଏବଂ ଏହାର ପାଚିବାର ପ୍ରକ୍ରିୟା ଥମି ଯାଏ। ଏମିତି କରିବା ଦ୍ୱାରା ଯଦିଓ ଚୋପା କଳା ପଡ଼ିବାର ଦେଖି ପାରିବେ, ହେଲେ ଭିତରେ କଦଳୀ ତଡ଼କା ଓ ଖାଇବା ଯୋଗ୍ୟ ରହିଥାଏ।
କେତେବେଳେ ଫ୍ରିଜ୍ରେ କଦଳୀକୁ ରଖିବେ –
କଦଳୀକୁ ଫ୍ରିଜ୍ରେ ରଖିବା ଉଚିତ୍ ନୁହେଁ। ଯଦି କଦଳୀ ଅଧିକ ପାଚି ଯାଇଥାଏ ତ, ଏହାକୁ ଫ୍ରିଜରରେ ଷ୍ଟୋର କରି ଦିଅନ୍ତୁ। ଏମିତି କରିବା ଦ୍ୱାରା କଦଳୀର ପାଚିବାର ପ୍ରକ୍ରିୟା ସ୍ଥିର ରହି ଯାଏ ଏବଂ ତାହା ଖାଇବା ଯୋଗ୍ୟହୋଇ ରହିଥାଏ।
କଦଳୀକୁ ଟାଙ୍ଗି ରଖନ୍ତୁ –
ଯଦି କଦଳୀ ଅଧିକ ପାଚିଲା ନୁହେଁ ତ, ଏହାକୁ ୬ଦିନ ଯାଏ ଘରେ ରଖି ପାରିବେ। କିନ୍ତୁ ଅଧିକ ପାଚିଲା କଦଳୀ ୩-୪ ଦିନ ଯାଏ ହିଁ ରହି ଥାଏ।
ରୁମ୍ ଟେମ୍ପରେଚରରେ ରଖନ୍ତୁ –
କଦଳୀକୁ ଖାଇବା ଉପଯୋଗୀ ରଖିବାକୁ ହେଲେ ଏହାକୁ ରୁମ୍ର ନର୍ମାଲ ଟେମ୍ପରେଚରରେ ରଖନ୍ତୁ। ଗରମ ଓ ସିଧା ଖରା ପଡ଼ିବାରୁ ଦୂରେଇ ରଖନ୍ତୁ। ନୁହେଁ ତ କଦଳୀ ଶୀଘ୍ର ପାଚି କଳା ପଡ଼ିଯାଏ।
କଦଳୀର ଡାଳରେ ପ୍ଲାଷ୍ଟିକ୍ ଲଗାଇ ଦିଅନ୍ତୁ –
କଦଳୀର ଷ୍ଟକ୍ ବା ଡାଳକୁ ପ୍ଲାଷ୍ଟିକ୍ରେ ଗୁଡ଼ାଇ ଦିଅନ୍ତୁ । ଏମିତି କରିବା ଦ୍ୱାରା କଦଳୀ ଶୀଘ୍ର ପାଚି ସଢି ଯାଇ ନଥାଏ ଏବଂ ଖାଇବା ଯୋଗ୍ୟ ହୋଇ ରହିଥାଏ।
କଦଳୀକୁ ଅନ୍ୟ ଫଳ ସହ ରଖନ୍ତୁ ନାହିଁ –
କଦଳୀକୁ ରଖିବା ସମୟରେ ଧ୍ୟାନ ରଖନ୍ତୁ ଯେ ଏହାକୁ ଅନ୍ୟ କଦଳୀ ସହ କେବେ ବି ମଧ୍ୟ ରଖନ୍ତୁ ନାହିଁ.।