ଭୁବନେଶ୍ୱର ୨୮/୦୩: ଆଜିକାଲି ପ୍ରାୟ ଲୋକ ଏସି ବିନା ଚଳିବା କଷ୍ଟକର ହୋଇପଡୁଛି । କିନ୍ତୁ ଜାଣନ୍ତି କି ଏସିର ନିମ୍ନ ତାପମାତ୍ରା ଶରୀରକୁ ଫମ୍ପା କରିଦେଇଥାଏ । ଏସିର ଥଣ୍ଡା ପବନ ତ୍ୱଚାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯେପରିକି ତ୍ୱଚାରେ ଲାଲ ରାସେସ୍ ହେବା ସହ ଦାଗ ଦେଖାଯାଇଥାଏ । ଏସିର ଥଣ୍ଡା ପବନ ନିଦର ଗୁଣବତ୍ତାକୁ ମଧ୍ୟ ହାନି ପହଞ୍ଚାଇଥାଏ । ବିଶେଷକରି ଏସି ସାମ୍ନାରେ ଶୋଉଥିବା ଲୋକମାନେ ଯେଉଁମାନେ ଠିକ୍ ଭାବେ ଘୋଡାଇ ହୋଇ ଶୋଇ ନଥାନ୍ତି । କିନ୍ତୁ ଅଧିକ କୁଲିଂରେ ରହିବା ମଧ୍ୟ ଶରୀର ପାଇଁ ହାନିକାରକ । ତେଣୁ ରାତିରେ ଶୋଇବା ସମୟରେ ଏସି ପରିବର୍ତ୍ତେ ପଙ୍ଖା ବ୍ୟବହାର କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।
ହାଡ଼ ହୁଏ ଦୁର୍ବଳ :
ଏସିର ମାତ୍ରାଧିକ କୁଲିଂ ହାଡ଼କୁ ଦୁର୍ବଳ କରି ଦେଇଥାଏ । ଫଳରେ ହାଡ଼ରେ ଫ୍ୟାକ୍ଚର ହେବାର ଆଶଙ୍କା ବଢିଥାଏ । ସେଥିପାଇଁ କମ୍ ତାପମାତ୍ରାରେ ଯଥାସମ୍ଭବ କମ୍ ସମୟ ବିତାଇବା ଭଲ । ବିଶେଷକରି ରାତିରେ ଏସି ପରିବର୍ତ୍ତେ ପଙ୍ଖାରେ ଶୋଇବା ବେଶୀ ଭଲ ।
ମାଂସପେଶୀରେ ଯନ୍ତ୍ରଣା :
ମାଂସପେଶୀ ଯନ୍ତ୍ରଣା ଏବେ ଖୁବ୍ ସାଧାରଣ ହୋଇପଡିଲାଣି । ଯେଉଁଲୋକମାନେ ବେଶୀ ସମୟ ଏସିରେ ସମୟ ବିତାଇଥାନ୍ତି, ସେମାନଙ୍କଠାରେ ମାଂସପେଶୀ ଯନ୍ତ୍ରଣା ଅଧିକ ଦେଖିବାକୁ ମିଳିଥାଏ । କାରଣ ଏସିର ମାତ୍ରାଧିକ କୁଲିଂ ମାଂସପେଶୀରେ ଯନ୍ତ୍ରଣା ସୃଷ୍ଟି କରିଥାଏ ।
ଥଣ୍ଡା ଓ କାଶ ଆଶଙ୍କା :
ଏସିର ନିମ୍ନ ତାପମାତ୍ରା ଥଣ୍ଡା ଓ କାଶର ସମସ୍ୟାକୁ ବଢାଇଥାଏ । ତେଣୁ ରାତିରେ ଏସିରେ ନ ଶୋଇବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ ।
ହୋଇପାରେ ତ୍ୱଚାରେ ଆଲର୍ଜି :
ଏସିର ଥଣ୍ଡା ପବନ ତ୍ୱଚାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯେପରିକି ତ୍ୱଚା ରୁକ୍ଷ ହେବା, ତ୍ୱଚା ଲାଲ୍ ହେବା, ଓ ବିଭିନ୍ନ ଦାଗ ଆଦି କରିଥାଏ । ଏହା ସହିତ ମାତ୍ରାଧିକ ଥଣ୍ଡା ପବନ ନିଦର ଗୁଣବତ୍ତାକୁ ନଷ୍ଟ କରିଥାଏ ।