ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ହୃଦରୋଗକୁ ରୋକିବ ଫ୍ରେସ୍‌ କ୍ରିମ୍‌, ଜାଣନ୍ତୁ ଏହାର ଉପକାରିତା...

Published By : Harapriya Sethi | March 28, 2025 8:55 AM

ସାଧାରଣତଃ କ୍ଷୀରରୁ ବାହାରିଥାଏ ଲହୁଣି ବା ଫ୍ରେସ୍‌ କ୍ରିମ୍‌ । ଏହା ଏକ ଦୁଗ୍ଧଜାତ ଦ୍ରବ୍ୟ ଯାହା କ୍ଷୀରର ଉପର ସ୍ତରରେ ଜମୁଥିବା ସରରୁ ପ୍ରାପ୍ତ ହୁଏ । ଏହା ଚର୍ବିରେ ଭରପୂର। ଏହି କ୍ରିମ୍ ପୁଷ୍ଟିକର ଜିନିଷ ଖାଦ୍ୟର ଅନ୍ତର୍ଭୁକ୍ତ । ବିଶେଷକରି ଦକ୍ଷିଣ ଏସିଆର ଲୋକମାନେ ସେମାନଙ୍କ ଖାଦ୍ୟରେ କ୍ରିମ୍‌କୁ ସାମିଲ କରନ୍ତି। ତେବେ ଏହା ସାଧାରଣତଃ ରୋଷେଇ, ତ୍ୱଚାର ଯତ୍ନ ଏବଂ ମିଠାରେ ବ୍ୟବହୃତ ହୁଏ । ତେବେ ଆସନ୍ତୁ ଜାଣିବା ଫେସ୍‌ କ୍ରିମ୍‌ର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଲାଭ ବିଷୟରେ...

ପେଟ ପାଇଁ ଲାଭଦାୟକ ଫ୍ରେସ୍‌ କ୍ରିମ୍‌- 

ଫ୍ରେସ୍‌ କ୍ରିମ୍‌ରେ ପ୍ରଚୁର ପରିମାଣରେ ଚର୍ବି ରହିଥାଏ ଯାହା ଶରୀର ପାଇଁ ବହୁତ ଲାଭଦାୟକ । ଏହା ଆପଣଙ୍କ ହରମୋନଗୁଡ଼ିକୁ ନିୟନ୍ତ୍ରଣରେ ରଖିବାରେ ସହାଯ୍ୟ କରିଥାଏ । ଏଥିରେ ଥିବା ସନ୍ତୁଳିତ ପରିମାଣରେ ସୁସ୍ଥ ଚର୍ବି ଖାଇବା ଦ୍ୱାରା ହୃଦରୋଗକୁ ରୋକାଯାଇପାରିବ। କେବଳ ସେତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ଠିକ୍ ଭାବରେ କାର୍ଯ୍ୟ କରେ ଏବଂ ସାମଗ୍ରିକ ମେଟାବୋଲିଜିମ୍ ପ୍ରକ୍ରିୟା ଭଲ ରହିଥାଏ ।

କ୍ରିମ୍‌ରେ ରହିଛି ମଇଶ୍ଚରାଇଜିଂ ଗୁଣ- 

ଲହୁଣି ବା ଫ୍ରେସ୍‌ କ୍ରିମ୍‌ରେ ଚର୍ମରେ ଲଗାଇଲେ ଏହା ତ୍ୱଚାକୁ ମଇଶ୍ଚରାଇଜ୍‌ କରିଥାଏ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏହାକୁ ଖାଇବା ଦ୍ୱାରା ଚର୍ମ ସୁସ୍ଥ ଏବଂ ଉଜ୍ଜ୍ୱଳ ହୋଇଥାଏ। କ୍ରିମ୍‌ରେ ଥିବା ସୁସ୍ଥ ଚର୍ବି ଏବଂ ଚର୍ବି-ଦ୍ରବଣୀୟ ଭିଟାମିନ (ଯେପରିକି A ଏବଂ E) ଚର୍ମକୁ ଭିତରୁ ପୋଷଣ ପ୍ରଦାନ କରେ, ଶୁଷ୍କତା ହ୍ରାସ କରିବା ସହ ନମନୀୟତାକୁ ଉନ୍ନତ କରିଥାଏ।

ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଭଲ ଉତ୍ସ ଫ୍ରେସ୍‌ କ୍ରିମ୍‌-

ଫ୍ରେସ୍‌ କ୍ରିମ୍‌ରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍ ଡି ସମେତ ଜରୁରୀ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ରହିଥାଏ। ଯାହା ମଜବୁତ ହାଡ଼ ଏବଂ ଦାନ୍ତ ପାଇଁ ଆବଶ୍ୟକ। ଏହି ପୋଷକ ତତ୍ତ୍ୱଗୁଡ଼ିକ ହାଡ଼ର ଘନତ୍ୱ ବଜାୟ ରଖିବା ଏବଂ ଅଷ୍ଟିଓପୋରୋସିସ୍ ଭଳି ପରିସ୍ଥିତିକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ହଜମ ପାଇଁ ଭଲ ଫ୍ରେସ୍‌ କ୍ରିମ୍‌-

କ୍ରିମ୍‌ରେ ପ୍ରଚୁର ପରିମାଣରେ ସୁସ୍ଥ ଚର୍ବି ରହିଥାଏ। ଫ୍ରେସ୍‌ କ୍ରିମ୍‌ରେ କିଛି ଏନଜାଇମ ଏବଂ ଲାଭଦାୟକ ଜୀବାଣୁ ମଧ୍ୟ ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । ଏହାକୁ ଖାଦ୍ୟରେ ସଠିକ୍ ଭାବରେ ସାମିଲ କଲେ, ଏହା ହଜମ ପାଇଁ ବରଦାନ ଭଳି କାମ କରିଥାଏ । ଏହା ବ୍ୟତୀତ ଏହା ଏସିଡିଟି ଏବଂ ପେଟ ଫୁଲିବା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ-

ଫ୍ରେସ୍‌ କ୍ରିମ୍‌ରେ କ୍ୟାଲୋରି ଅଧିକ ଥିବା ସତ୍ତ୍ୱେ, ଏଥିରେ ଥିବା ସୁସ୍ଥ ଚର୍ବି ଓଜନକୁ କମାଇବାରେ ସାହାଯ୍ୟ କରିଥାଏ । ଅନାବଶ୍ୟକ ଲାଳସା ଏବଂ ଅତ୍ୟଧିକ ଖାଦ୍ୟ ଖାଇବାକୁ ହେଉଥିବା ଇଚ୍ଛାକୁ ଏହା କମାଇଥାଏ । ତେଣୁ ଏହାକୁ ସନ୍ତୁଳିତ ଖାଦ୍ୟର ଅଂଶ ଭାବରେ ଅନ୍ତର୍ଭୁକ୍ତ କରାଯାଇଥାଏ । ତେଣୁ ଫ୍ରେସ୍‌ କ୍ରିମ୍‌ ଭୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ ଏବଂ ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.