ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଳୁ ଗୋଦାମରେ ଯୋଗାଣ ମନ୍ତ୍ରୀଙ୍କ ଚଢାଉ, କିଣା ଦରଠୁ ୫ଟଙ୍କା ଅଧିକରେ ବିକ୍ରି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର,୨୬/୦୭ : ଶୁକ୍ରବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଳୁ ଗୋଦାମରେ ଚଢାଉ କରିଛନ୍ତି । ଆଇଗିଣିଆସ୍ଥିତ କୁବେରପୁରୀ ପରିବା ମଣ୍ଡି ପରିଦର୍ଶନ କରିଛନ୍ତି ଯୋଗାଣ ମନ୍ତ୍ରୀ । ଭୁବନେଶ୍ୱରର ବିଭିନ୍ନ ହୋଲସେଲ , ଆଳୁ  ଓ  ପରିବା ଗୋଦାମ  ଶୀତଳ ଭଣ୍ଡାର ପରିଦର୍ଶନ କରିବାର ସହ ଷ୍ଟକ୍ ଯାଞ୍ଚ କରାଯାଇଛି । ବିଶେଷ ଭାବେ ଆଳୁ ଶୀତଳ ଭଣ୍ଡାର ଯାଞ୍ଚ କରିଛନ୍ତି । ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆସି ପାରୁ ନଥିବା ହେତୁ ଏଭଳି ସ୍ଥିତି ଉପୁଜିଛି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆସୁନଥିବାରୁ କିଛି ବ୍ୟବସାୟୀ  ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏବେ ଓଡିଶାରେ ଆଳୁ ମହଜୁଦ୍ ଅଛି ଏବଂ ଏହା ଆଉ କିଛି ଦିନ ଯିବ । ତେବେ ଅଧିକା ଦରରେ ବିକ୍ରି କରୁଥିବା  ବ୍ୟବସାୟୀ ବିରୋଧରେ ଜର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । କିଣା ଦରରୁ ସର୍ବାଧିକ  ୫ ଟଙ୍କା ଲାଭ କରି  ବିକି ପାରିବେ । ତେବେ ଏପରି ସ୍ଥିତିରେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏହି ଆଳୁ ଦର ବଢିବା ନେଇ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଆଳୁ ଏବଂ ପିଆଜ ପାଇଁ  ଓଡିଶାରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ନାହିଁ । ପୂର୍ବ ସରାକାରଙ୍କ ଆଳୁ ମିଶନ ଫେଲ୍ ମାରିଲା ବୋଲି କହିଛନ୍ତି । ପରେ ପରିବା ମଣ୍ଡି ପରିଦର୍ଶନ କରି କିଣା ଦର ସହ ବିକ୍ରି ଦରର ମେଳ କରାଇଛନ୍ତି । ଏହି ସମୟରେ ୨୭ ଟଙ୍କା ଦରରେ ୫ କିଲୋ ଆଳୁ କିଣିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.