ମାଲକାନଗିରି, ୨୧/୫ : ସମଗ୍ର ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କନିଷ୍ଠ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ(ଉଚ୍ଚମାଧ୍ୟମିକ ବିଦ୍ୟାଳୟ) ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହି ପରୀକ୍ଷାରେ ଅଧିକ ନମ୍ବର ରଖି ବାଜି ମାରିଛନ୍ତି ଛାତ୍ର । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଘଡ଼େଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ୨୧୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୬ଜଣ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯ଜଣ ପ୍ରଥମ ଶ୍ରେଣୀ, ୫୮ଜଣ ଦ୍ଵିତୀୟ ଶ୍ରେଣୀ, ୧୯ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବାବେଳେ ୧୬ଜଣ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି । କଲେଜର ଛାତ୍ର ରାହୁଲ ସାଗର କୁଣ୍ଡୁ ୫୪୯ନମ୍ବର ୯୧.୫% ପ୍ରତିଶତ ରଖି ଜିଲ୍ଲା ଟପର ହୋଇଛନ୍ତି । ଘଡେଡ଼େଇ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରମାନେ ବାଜି ମାରିଛି ।
ଠିକ ସେହିପରି ଜିଲ୍ଲା ସଦର ମହକୁମାରେ ଥିବା ସତ୍ୟନାରାୟଣ ଆବାସିକ ବିଜ୍ଞାନ ଓ ବାଣିଜ୍ୟ କନିଷ୍ଠ ମହାବିଦ୍ୟାଳୟରେ ୧୩୧ଜଣ ପରୀକ୍ଷାର୍ଥୀ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮୦ଜଣ, ଦ୍ଵିତୀୟ ଶ୍ରେଣୀରେ ୪୩ଜଣ ଓ ତୃତୀୟ ଶ୍ରେଣୀରେ ୩ଜଣ ପାସ କରିଥିବା ବେଳେ ୧୬ଜଣ ୮୦ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି । କଲେଜର ଛାତ୍ର ରାହୁଲ ପଡିଆମି୯୦.୩୩% ପ୍ରତିଶତ ନମ୍ବର ରଖି ଜିଲ୍ଲାର ଟପ୍ପର ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଘଡ଼େଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଚଳିତ ବର୍ଷ ଭଲ ପରୀକ୍ଷା ଫଳ ହୋଇଥିବାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ୯୧.୫ %ପ୍ରତିଶତ ନମ୍ବର ରଖିଥିବା ଜିଲ୍ଲାର ଟପ୍ପର ଛାତ୍ର ରାହୁଲ ସାଗର କୁଣ୍ଡୁଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଖୁସିରେ ମିଷ୍ଟାନ ବଟଂନ କରାଯାଇଥିଲା ।
ମହାବିଦ୍ୟାଳୟ ପରିଷଦରେ କଲେଜ ପରିଚାଳନା ନିର୍ଦ୍ଦେଶକ ସୁରେଶଚନ୍ଦ୍ର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମିଷ୍ଟାନ ଖୁଆଇ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରିବା ସହିତ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ । ଠିକ୍ ସେହିପରି ସତ୍ୟନାରାୟଣ କଲେଜରେ ଟପ୍ପର ଛାତ୍ର ରାହୁଲ ପଢିଆମିଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କଲେଜ ପରିଚାଳନା ନିର୍ଦ୍ଦେଶକ ମମତା ପାଣିଗ୍ରାହୀ ଓ ପ୍ରତିଷ୍ଠାତା ସଞ୍ଜୟ କୁମାର ପାଣି ଗ୍ରାହୀ କୃତି ଛାତ୍ରଛାତ୍ରୀଙ୍କୁ ଫୁଲ ତୋଡ଼ା ଦେଇ ଉଜ୍ଜ୍ବଳ ମୟ ଭବିଷ୍ୟତ କାମନା କରିଛନ୍ତି । ଓମର୍ଭୂତଃସ୍ଵ କଲେଜରେ ୪୯ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୬ପାସ କରିଥିବାବେଳେ ପ୍ରଥମ ଶ୍ରେଣୀରେ ୧୫ଜଣ ଦ୍ଵିତୀୟ ଶ୍ରେଣୀରେ ୨୪ଜଣ, ତୃତୀୟ ଶ୍ରେଣୀରେ ୪ଜଣ ପାସ କରିଛନ୍ତି।