ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଳୁର ବର୍ଦ୍ଧିତ ଦରକୁ ନେଇ ଆକ୍ସନ ମୋଡରେ ରାଜ୍ୟ ସରକାର, ଡାକିଲେ ଜରୁରୀକାଳୀନ ବୈଠକ

ଭୁବନେଶ୍ଵର, ୨୬/୦୭ : ଆଳୁର ବର୍ଦ୍ଧିତ ଦରକୁ ନେଇ ଆକ୍ସନ ମୋଡରେ ରାଜ୍ୟ ସରକାର। ଆଳୁର ଅଭାବକୁ ଦେଖି ଅପରାହ୍ନ ୩ଟାରେ ଜରୁରୀକାଳୀନ ବୈଠକ ଡାକିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏନେଇ ଆମେ ତାଙ୍କ ସହ ଆଲୋଚନା କରିବୁ । ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନହେଉଛି  ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଜି ଆଲୋଚନା କରିବୁ । ପଶ୍ଚିମବଙ୍ଗ ଯଦି ଆଳୁ ନଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ। 

ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଆମେ ଅନୁଧ୍ୟାନ କରିଛୁ ମାର୍କେଟରେ ଆଳୁ ରେଟ୍ କମ୍ ଅଛି। ମୁଁ ୫ କେ.ଜି ଆଳୁ ୧୩୫ ଟଙ୍କାରେ ଆଣିଛି। ଗୋଦାମ ଉପରେ ମୁଁ ଚଢ଼ାଉ କରିଥିଲି। ସେଠି ୨୭ ଟଙ୍କା ଦାମ୍ ରହିଛି। ସେହି ଅନୁଯାୟୀ ରିଟେଲ ୩୨ ଟଙ୍କା ରହିବ କଥା। ମୁଁ ସମସ୍ତଙ୍କୁ ଅପିଲ କରୁଛି କେହି ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ କେଜି ବିକନ୍ତୁ ନାହିଁ, ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। 

ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଭୂତ ରାସନ କାର୍ଡ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର eky ସିଷ୍ଟମ ରାଜ୍ୟ ସରକାର ଆପଣେଇଛନ୍ତି । ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଆମେ କାଟିବୁ । ଯେଉଁମାନେ ଆବେଦନ କରିଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦେବୁ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.