ପରଜଙ୍ଗ,୨୭ା୩(ଆପ୍ର): ପରଜଙ୍ଗ ବ୍ଲକର କୁମୁସି ଓ କନ୍ଦରସିଙ୍ଗା ଗ୍ରାମରୁ ଶ୍ରୀକ୍ଷେତ୍ର ପୁରୀକୁ ରଥକାଠ ପଠାଯିବ । ବନ ବିଭାଗ ଉପସ୍ଥ ିତିରେ ଆଜି ୫ଟି ଫାଶୀ ଗଛ କଟାଯାଇଛି । ସୂଚନା ଅନୁଯାୟୀ, ମୁତାବକ କୁମୁସି ଗାଁର ବରୁଣ ପଣ୍ଡାଙ୍କ ବାଡ଼ ିରେ ୩ଟି ବଡ଼ ଫାଶୀ ଗଛ ରହିଥିବା ବେଳେ ସେ ତାହା ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗୁ ବୋଲି ଚାହିଁଥିଲେ । ଏ ନେଇ ସେ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଥିଲେ ।
ସେହିପରି କନ୍ଦରସିଙ୍ଗା ଗାଁର ସୁଧାକର ବିଶ୍ୱାଳ ତାଙ୍କ ଜମିରେ ରହିଥିବା ୨ଟି ଫାଶୀ ଗଛକୁ ରଥ ନିର୍ମାଣରେ ବ୍ୟବହାର କରିବାକୁ ଅବଗତ କରାଇଥିଲେ । ବନଖଣ୍ଡ ଅଧିକାରୀ ସୁମିତ୍ କରଙ୍କ ନିର୍ଦ୍ଦେଶକ୍ରମେ ଆଜି ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ ଚନ୍ଦ୍ର କିଷାନଙ୍କ ଉପସ୍ଥ ିତିରେ ୫ଟି ଫାଶୀଗଛ କଟାଯାଇଛି । ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ଗଛ କାଟି ପ୍ରସ୍ତୁତ ରଖାଯାଇଛି । ଦୁଇଦିନ ମଧ୍ୟରେ ତାହା ଟ୍ରକ୍ ଯୋଗେ ପୁରୀ ପଠାଯିବ ବୋଲି ରେଞ୍ଜ ଅଧିକାରୀ ପ୍ରକାଶ କରିଛନ୍ତି ।