ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

କାମାକ୍ଷାନଗର ସହରରେ ଚୋର ଆତଙ୍କ, ରାତି ଅଧରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Published By : Harapriya Sethi | March 30, 2025 6:53 AM

କାମାକ୍ଷାନଗର,୩୦/୩: କାମାକ୍ଷାନଗର ସହରରେ ଚୋର ଆତଙ୍କ ଦେଖାଦେଇଛି । ରାତିରେ ଚୋରମାନେ ବୁଲି ବିଭିନ୍ନ ଘରକୁ ଟାର୍ଗେଟ୍‌ କରି ଚୋରି କରୁଛନ୍ତି । ଶୁକ୍ରବାର ରାତିରେ କାମାକ୍ଷାନଗର ଥାନାଠାରୁ ମାତ୍ର ଶହେ ମିଟର ଦୂର ବୁଢ଼ୀପଧଉନି ସାହିରେ ଦୁଇ ଜଣଙ୍କ ଘରୁ ଚୋରି ଉଦ୍ୟମ ହୋଇଛି । ଚୋରଙ୍କ କାରନାମା ସିସିଟିଭିରେ କଏଦ୍‌ ହୋଇଛି । 

ସୂଚଟନା ମୁତାବକ, ଏନ୍‌ଏସିର ଦୁଇ ନମ୍ବର ୱାର୍ଡ ବୁଢ଼ୀ ପଧଉନି ସାହିର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଘରୁ ରାତି ପ୍ରାୟ ୨ଟାରେ ଚୋରି ଉଦ୍ୟମ ହୋଇଥିଲା । ମୁହଁରେ ଗାମୁଛା ଘୋଡ଼ାଇ ରଖିଥିବା ଦୁଇ ଯୁବକ ଆସି ଶ୍ରୀ ମିଶ୍ରଙ୍କ ପାଚେରୀ ଡେଇଁ ଭିତରେ ପଶି ଚୋରି ଉଦ୍ୟମ କରିଥିଲେ । ଚୋର ଦ୍ୱୟ ତାଲା ଭାଙ୍ଗିବା ସହ ବାହାରେ ଲାଗିଥିବା ବିଦ୍ୟୁତ୍‌ ବଲ୍‌ବକୁ କାଢ଼ି ଫିଙ୍ଗି ଦେଇଥିଲେ । ମାତ୍ର କିଛି ଜିନିଷ ଚୋରି କରିବାକୁ ସଫଳ ହୋଇପାରିନଥିଲେ । ପରେ ସାହିର ଅନ୍ୟ ଜଣକ ଘରେ ପଶି ଚୋରି ଉଦ୍ୟମ କରିଥିଲେ । ଚୋର ଦ୍ୱୟ ସାହିର ବିଭିନ୍ନ ଘର ବୁଲି ଚୋରି ଉଦ୍ୟମ କରିଥିବା ଜଣାଯାଇଛି । ଥାନାଠାରୁ ମାତ୍ର ୧ କିମି ଦୂରରେ ଉକ୍ତ ସାହି ରହିଥିବା ବେଳେ ପୁଲିସ୍‌ ପାଟ୍ରୋଲିଂ ହେଉନଥିବାରୁ ଚୋରଙ୍କ ଦୌରାତ୍ମ ବଢ଼ି ଚାଲିଛି । ଆଜି ସକାଳେ ଚୋରଙ୍କ କାରନାମା ଜଣା ପଡ଼ିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ପୁଲିସ୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.