ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଢେଙ୍କାନାଳରେ ହେବ ମେଡ଼ିକାଲ କଲେଜ ; ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବଢିଲା ଉତ୍କଣ୍ଠା

Published By : Prameya | March 30, 2025 11:45 PM

ଢେଙ୍କାନାଳ,୩୦/୩ : ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଢେଙ୍କାନାଳରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଏ ନେଇ ଘୋଷଣା କରିଛନ୍ତି । ମେଡିକାଲ କଲେଜ ହେଲେ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାବାସୀ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବେ । ଏଥିସହ ଡାକ୍ତରୀ ପାଠ ପଢ଼ ିବାର ସୁଯୋଗ ପାଇବେ । ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବହୁଦିନରୁ ଦାବି ହୋଇ ଆସୁଥିଲା । ବିଭିନ୍ନ ରାଜନୈତକ, ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରାଯାଉଥିଲା । କେନ୍ଦ୍ର ସରକାର ଆକାଂକ୍ଷୀ ଜିଲ୍ଲା ଭାବରେ ଢେଙ୍କାନାଳ ଜିଲ୍ଲାକୁ ସାମିଲ କରିଥିଲେ । ଆକାଂକ୍ଷା ଜିଲ୍ଲା ହିସାବରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟିକାଣରୁ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ଜରୁରୀ । ବର୍ତ୍ତର୍ମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୩ଶହ ଶଯ୍ୟା ରହିଛି । ଏହାକୁ ୬ ଶହ ଶଯ୍ୟାରେ ପରିବର୍ଦ୍ଧିତ କରି ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା କରିବା ଦିଗରେ ସମସ୍ତ ମାପଦଣ୍ଡ ପୂରଣ କରୁଛି । ସେହିପରି ମେଡିକାଲ୍‌ କଲେଜ ହେଲେ ଡାକ୍ତର, ନର୍ସ, ପରୀକ୍ଷାଗାର ସହାୟକ, ଫାର୍ମାସିଷ୍ଟ୍‌, ରେଡିଓଗ୍ରାଫର୍‌ ଆଦି ୧୦୦୧ ଜଣ ପଦବି ପୂରଣ ହେବ । ଏହାଦ୍ୱାରା ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର ଆଦିର ଜନସାଧାରଣ ଉପକୃତ ହୋଇପାରିବେ । 

ତେଣୁ ଆକାଂକ୍ଷା ଜିଲ୍ଲା ମଧ୍ୟରେ ଢେଙ୍କାନାଳରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା କରି ଜିଲ୍ଲାର ପ୍ରଥମ ସାଂସଦ ଶ୍ରୀସାରଙ୍ଗଧର ଦାସଙ୍କ ନାମରେ ନାମିତ କରିବା ପାଇଁ ଦାବି କରାଯାଇଥିଲା । ମାତ୍ର ତତ୍କାଳୀନ ରାଜ୍ୟ ସରକାର ପ୍ରସ୍ତାବ ନଦେବାରୁ ମେଡିକାଲ କଲେଜ ଘୋଷଣା ହୋଇ ପାରିନଥିଲା । ଗତ ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ବିଜେପି ତାର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା । ରାଜ୍ୟରେ ସରକାର ବଦଳିବା ପରେ ମେଡିକାଲ କଲେଜ ଆଶା ଏବେ ପୂରଣ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଶନିବାର ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏଥିପାଇଁ ବଜେଟ୍‌ରେ ଅର୍ଥ ଘୋଷଣା କରାଯାଇଛି । କଲେଜ୍‌ ପ୍ରତିଷ୍ଠା ପାଇଁ ମୁଖ୍ୟ ଚିକିତ୍ସାଳୟ ନିକଟରେ ଆଉ ୨୦ ଏକର ଅତିରିକ୍ତ ଜମି ଅଧିଗ୍ରହଣ ହେବ । ମୁଖ୍ୟ ଚିକିତ୍ସାଳୟର ଉଭୟ ରାସ୍ତାକୁ ପ୍ରଶସ୍ତ କରାଯିବ ବୋଲି ଢେଙ୍କାନାଳ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏ ନେଇ ରବିବାର ଅପରାହ୍ନ ୪ଟାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ଏହା ଢେଙ୍କାନାଳବାସୀଙ୍କର ବହୁଦିନର ଆଶା ଓ ଦାବି ଥିଲା । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହାକୁ ପୂରଣ କରି ଶନିବାର ଦିନ ବିଧାନସଭାରେ ଘାଷଣା କରିଛନ୍ତି । ଏଥିପାଇଁ ବଜେଟ୍‌ ପ୍ରସ୍ତୁତ ହୋଇଛି । ଯାହା ସମସ୍ୟା ରହିଛି ତାହା ଦୂର କରାଯାଇ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ଜିଲ୍ଲା ବିଜେପି ପକ୍ଷରୁ କୃତଜ୍ଞତା ସହ ଧନ୍ୟବାଦ ପ୍ରଦାନ କରାଯାଇଛି । 

ଏ ଖବର ପ୍ରସାର ହେବା ମାତ୍ରେ ଢେଙ୍କାନାଳ ଜନସାଧାରଣଙ୍କର ମଧ୍ୟରେ ଖୁସି ପ୍ରକାଶ ପାଇଛି । ହିତାଧିକାରୀଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ ତିଳକ ଚକ୍ରବର୍ତ୍ତୀଙ୍କ ସଙ୍ଗୀତରେ ମତୁଆଲା ଦର୍ଶକ ପାଳଲହଡ଼ା ମହୋତ୍ସବ-୨୦୨୫ ଉଦ୍‌ଘାଟିତ ଢେଙ୍କାନାଳରେ ହେବ ମେଡିକାଲ କଲେଜ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.