ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଅଲ୍ଟରନେଟିଭ୍‌ ରିଦମ୍‌ ଥିଏଟର୍‌ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ; ନାଟ୍ୟ ମନସ୍କ କଲା ପଦଯାତ୍ରା

Published By : Bijay Swain | March 27, 2025 11:53 PM

ଢେଙ୍କାନାଳ,୨୭/୩(ଆପ୍ର): ରାଜ ମୁକୁଟ ପିନ୍ଧି ହାତରେ ଖଣ୍ଡା ଧରି ଚାଲିଥିଲେ ରାଜା । ଧୋବ ଫରଫର ପୋଷାକରେ ହାତ ଯୋଡ଼ି ଚାଲିଥିଲେ ନେତା । ପୁଣି ବାଘ, ହାତୀ, ଚଢ଼େଇ ବି ଶୋଭାଯାତ୍ରାରେ ସାମିଲ ଥିଲେ । ଗୁରୁବାର ସକାଳୁ ସକାଳୁ ଢେଙ୍କାନାଳ ସହରରେ ଏଭଳି ଚରିତ୍ର ସବୁ ପଦଯାତ୍ରାରେ ଦେଖିବାକୁ ମିଳିଥିଲା । ଅବସର ଥିଲା ବିଶ୍ୱ ନାଟ୍ୟ ଦିବସରେ ନାଟ୍ୟ ଅନୁଷ୍ଠାନ ଅଲଟରନେଟିଭ୍‌ ରିଦିମ୍‌ ଥିଏଟର ପକ୍ଷରୁ ଆୟୋଜିତ ନାଟ୍ୟ ପଦଯାତ୍ରାର । ନାଟକରେ ଦେଖିବାକୁ ମିଳୁଥିବା ଚିତ୍ର ଚରିତ୍ରଙ୍କୁ ନେଇ ସହରରେ ପଦଯାତ୍ରା କରିବା ସହ ଭାବଭଙ୍ଗୀ ଦେଖାଇ କଳାକାରମାନେ ଲୋକଙ୍କୁ ନାଟକ ମନସ୍କ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କଳାକାର, ଶିକ୍ଷାର୍ଥୀ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ୍‌ ହୋଇଥିଲେ । ବାଜିଚୌକ ଠାରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଥିଏଟରର ଅଧ୍ୟକ୍ଷା ଡ. ପୁଷ୍ପଲତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭା ପ୍ରାରମ୍ଭରେ ଉପସଭାପତି ମନୋହର ଶତପଥୀ ସ୍ୱାଗତ ଭାଷଣ ରଖିଥିଲେ । ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ, ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଓଡ଼ ିଶା ସାହିତ୍ୟ ଏକାଡେମୀର ପୁର୍ବତନ ସଦସ୍ୟ ତଥା କବି ବାହାଦୁର ପାଟସାହାଣୀ, ଢେଙ୍କାନାଳ ଥିଙ୍କର୍ସ ଫୋରମ୍‌ର ସଭାପତି ସୋମେନ୍ଦୁ ଶତପଥୀ ଯୋଗ ଦେଇ ନାଟକର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । 

ଚଳିତ ବର୍ଷ ପାଇଁ ବିଶ୍ୱ ନାଟ୍ୟବାର୍ତ୍ତାକୁ ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସ ପାଠ କରିଥିଲେ । ପରେ ନାଟ୍ୟ ପଦଯାତ୍ରାରେ କଳାକାରମାନେ ବିଭିନ୍ନ ଚରିତ୍ରର ପୋଷାକରେ ପଥପ୍ରାନ୍ତରେ କାର୍ଯ୍ୟକ୍ରମ ସହ ପ୍ଲାକାର୍ଡରେ ନାଟକର କଥା, ବିଶ୍ୱ ଶାନ୍ତିର କଥା, ବ୍ୟକ୍ତିତ୍ୱ ବିକାଶ ଓ ସୁସ୍ଥ ସମାଜର କଥା ବଖାଣିଥିଲେ । କାର୍ଯ୍ୟକ୍ରମକୁ ଦେବକାନ୍ତ ମିଶ୍ର, ଜୟଚନ୍ଦ୍ର ମହାପାତ୍ର, କାମାକ୍ଷା ପ୍ରସାଦ ରଣା, ତୁଷାରବାଳା ମହାନ୍ତି, ଦେବଜାନୀ ଦାସ, ହରେକୃଷ୍ଣ ସାହୁ, ସୁଶାନ୍ତ କର, ପ୍ରମାଦ କୁମାର ଦାସ, ସତ୍ୟଜିତ ରାଉତ,ବିଶ୍ୱଜିତ ସାହୁ, ମାନସ କୁମାର ସାହୁ, ବିଜ୍ଞାନ ମହାନ୍ତି, ମାଧବ ହେମ୍ବ୍ରମଙ୍କ ସମେତ ଥିଏଟରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.