ହିନ୍ଦୋଳ,୨୫ା୩(ଆପ୍ର): ମଦନିଶାରେ ଚୁର୍ ହୋଇ ହିତାହିତ ଜ୍ଞାନଭୁଲିଗଲା । ସ୍ତ୍ରୀକୁ ନିର୍ମମ ଭାବେମାଡ଼ମାରି ଲହୁଲୁହାଣ କଲା । ଜୀବନବଞ୍ଚାଇବାକୁ ସ୍ତ୍ରୀ ଘରୁ ଦୌଡ଼ି ସାହି ମଧ୍ୟକୁପଳାଇଯିବାରୁ ରାଗରେ ଘରେ ନିଆଁଲଗାଇଦେଲା ନିଶାସକ୍ତ ଯୁବକ । ଘରେଶୋଇଥିବା ୧୪ ମାସର ଶିଶୁକନ୍ୟା ଜୀବନ୍ତଦଗ୍ଧ ହୋଇଗଲା । ଏଭଳି ଏକ ଅଭାବନୀୟଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାଲିମିଥାନା ଅନ୍ତର୍ଗତ ବାରିସିଂହା ଗ୍ରାମ ମୁଣ୍ଡାସାହିରେ । ଅଭିଯୁକ୍ତ ବାବୁଲି ସାହୁ ଓରଫବଣି(୨୫)କୁ ପୁଲିସ୍ ଗିରଫ କରିଛି ।
ସୂଚନା ଅନୁଯାୟୀ, ବାବୁଲିଅଧିକାଂଶ ସମୟରେ ମଦ ନିଶାରେଚୁର୍ ହୋଇ ଘରକୁ ଫେରି ସ୍ତ୍ରୀ ସୁଭଦ୍ରାଙ୍କୁମାର୍ପିଟ୍ କରେ । ମଙ୍ଗଳବାର ମଧ୍ୟାହ୍ନରେନିଶାସକ୍ତ ଅବସ୍ଥାରେ ଫେରି ସୁଭଦ୍ରାଙ୍କୁମାରପିଟ୍ କରିଥିଲା । ଅମାନୁଷିକ ଭାବେସୁଭଦ୍ରାଙ୍କୁ ପିଟି ମୁଣ୍ଡ ଫଟାଇ ଦେଇଥିଲା ।ଜୀବନ ବଞ୍ଚାଇବାକୁ ସୁଭଦ୍ରା ଲହୁଲୁହାଣଅବସ୍ଥାରେ ଦୌଡ଼ି ସାହି ମଧ୍ୟକୁ ପଳାଇଯାଇଥିଲେ । ଏହା ପରେ ବାବୁଲି ଘରେନିଆଁ ଲଗାଇ ଦେଇଥିଲା । ଘର ଭିତରେ୧୪ ମାସର ଶିଶୁକନ୍ୟା ଶୋଇଥିବାବେଳେ ଜୀବନ୍ତ ଜଳିଯାଇଥିଲା । ଦୁଇବଖରା ଚାଳ ଛପର ଘର ସହ ସମସ୍ତଆସବାବପତ୍ର ଓ ଧନସମ୍ପତ୍ତି ପୋଡ଼ିଛାର୍ଖାର୍ ହୋଇଯାଇଥିଲା । ଗ୍ରାମବାସୀନିଆଁ ଆୟତ୍ତ କରିବାକୁ ଉଦ୍ୟମଚଳାଇଥିବା ବେଳେ ଖଜୁରିଆକଟାଅଗ୍ନ ିଶମ ବାହିନୀ ପହଞ୍ଚି ନିଆଁଲିଭାଇଥିଲେ । ଘରେ ଝିଅ ଶୋଇଥିବାସୁଭଦ୍ରା କହିବା ପରେ ପାଉଁଶ ଗଦାଭିତରୁ ଶିଶୁକନ୍ୟାର ଦରପୋଡ଼ା ଶବମିଳିଥିଲା । ସାଢ଼େ ୩ ବର୍ଷର ପୁଅସାହିକୁ ଖେଳିବାକୁ ଯାଇଥିବାରୁ ବର୍ତ୍ତିଯାଇଛି । ବାଲିମି ଥାନା ଅଧିକାରୀସଲିଳ କୁମାର ପ୍ରଧାନ ପହଞ୍ଚି ତଦନ୍ତକରିବା ସହ ଶିଶୁକନ୍ୟାର ଦରପୋଡ଼ାଶବ ବ୍ୟବଚ୍ଛେଦ ନିମନ୍ତେ ହିନ୍ଦୋଳଡାକ୍ତରଖାନା ପଠାଇଥିଲେ । ଅଭିଯୁକ୍ତବାବୁଲିକୁ ପୁଲିସ ଗିରଫ କରିବାସହ କୋର୍ଟଚାଲାଣ କରିଛି । ଏଭଳିଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେଶୋକ ପ୍ରକାଶ ପାଇଛି ।