ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମହାପ୍ରଭୁଙ୍କୁ ୧୧ ଲକ୍ଷରୁ ଅଧିକ ଟଙ୍କାର ରୁପା ଶ୍ରୀପୟ ଦାନ କଲେ ନୀଳଗିରି ବିଧାୟକ...

ନୀଳଗିରି,୧୬/୭ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ବଳଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ରୁପା ଶ୍ରୀପୟ (ପାଦ) ଦାନ କଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ । ୮.୫ କେଜି ଓଜନର ରୁପା ନିର୍ମିତ ଏହି ଶ୍ରୀପୟର ମୂଲ୍ୟ ୧୧.୪୦ ଲକ୍ଷ ଟଙ୍କା । ଆଜି ନୀଳଗିରି ଠାକୁର ମାହାଲକୁ ବିଧିବଦ୍ଦ ଭାବେ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ, ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଉମେଶ ପଣ୍ଡା, ପୂଜକ ହରିବନ୍ଧୁ କର, ସରୋଜ ନନ୍ଦ, ପୁଣ୍ୟଶ୍ଲୋକ ନନ୍ଦ ଉପସ୍ଥିତିରେ ଏହା ଦାନ କରିଛନ୍ତି । ନୀଳଗିରି ରଥଯାତ୍ରା ସମୟରେ ସୁନାବେଶ ସମୟରେ ମହାପ୍ରଭୁଙ୍କ ରୁପାନିର୍ମିତ ହାତ ଥିବବେଳେ ଶ୍ରୀପୟ (ପାଦ) ନଥିଲା । କାଠ ନିର୍ମିତ ପାଦକୁ ବେଶ ସମୟରେ ବ୍ୟବହାର କରାଯାଉଥିଲା । 

ପୂର୍ବରୁ ବିଧାୟକ ସନ୍ତୋଷ ଖଟୁଆ ଏହା ଜାଣିବା ପରେ ମହାପ୍ରଭୁ ଓ ବଡ଼ ଭାଇ ବଳଭଦ୍ରଙ୍କର ରୁପା ନିର୍ମିତ ପାଦ ତିଆରି କରି ଦାନ କରିଛନ୍ତି । ଦାନପରେ ସେ ତାଙ୍କ ପ୍ରତିକ୍ରିୟାରେ ଏହା ମୁଁ ଦେଇଥିବା କଥା ପ୍ରସାର ନହେଉ ବୋଲି ମୋର ଇଚ୍ଛା ବୋଲି ସେ କହିଛନ୍ତି । ଯେତେବେଳେ ମୁଁ ପୁରୀଯାଇ ମହାପ୍ରଭୁଙ୍କ ସୁବର୍ଣ୍ଣ ପାଦରେ ମୁଣ୍ଡ ଲଗାଇ ଆଶୀର୍ବାଦ ନେଇଥାଏ, ମୋ ମନକୁ ଆସିଥିଲା ଆମ ନୀଳଗିରି ରେ ଏଭଳି ହୋଇଥାନ୍ତା କି । ଯାହେଉ ମହାପ୍ରଭୁଙ୍କ ସେବା କରିବା ପାଇଁ ମୁଁ ସୁଯୋଗ ପାଇ ମୋ ଜୀବନ ସାର୍ଥକ ହୋଇଛି ସେ କହିଛନ୍ତି । ବିଧାୟକ ଙ୍କ ଏଭଳି ବଦାନ୍ୟତା ପାଇଁ ତାଙ୍କୁ ଚାରିଆଡୁ ଭକ୍ତଙ୍କ ପ୍ରଶଂସାର ସୁଅ ଛୁଟିଛି।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.