ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଓଡ଼ିଶା ଆସିବେ ଚରଣ ଦାସ ମହନ୍ତ , ଦିପାବଳୀ ସୁଦ୍ଧା ଘୋଷଣା ହୋଇପାରେ ନୂଆ ପିସିସି ସଭାପତିଙ୍କ ନାଁ

ଭୁବନେଶ୍ଵର, ୧୮/୧୦ : ଦିପାବଳୀ ସୁଦ୍ଧା ଘୋଷଣା ହୋଇପାରେ ନୂଆ ପିସିସି ସଭାପତିଙ୍କ ନାଁ। ୨୫ ପରେ ଓଡ଼ିଶା ଆସିବେ ଛତିଶଗଡ଼ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ରାହୁଲ ଗାନ୍ଧୀଙ୍କ କୋର୍ ଟିମ୍‌ରେ କାମ କରୁଥିବା ମୀନାଖି ନଟରାଜନ। ପିସିସି ସଭାପତି ବାଛିବାକୁ ଏହି ଦୁଇ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି । ସେମାନେ ଦୁଇ ଦିନ ଓଡ଼ିଶାରେ ରହିବେ। ଦଳର ବରିଷ୍ଠ ନେତା, ପୂର୍ବତନ ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ହାଇକମାଣ୍ଡଙ୍କୁ ସଙ୍ଗଠନ ଓ ନେତୃତ୍ୱ ବାବଦରେ ରିପୋର୍ଟ ଦେବେ।  

ପ୍ରକାଶ ଥାଉକି, ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସମେତ ଅନ୍ୟ ସମସ୍ତ କମିଟି ଭାଙ୍ଗିବାକୁ ୮୭ ଦିନ ବିତିଲାଣି। ରାଜ୍ୟରେ କଂଗ୍ରେସର କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍‌ ହୋଇଯାଇଛି । କାଁ ଭାଁ ଛାତ୍ର ଓ ଯୁବନେତାମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସକୁ ବଞ୍ଚାଇ ରଖିଛନ୍ତି । କଂଗ୍ରେସର ବଡ଼ ନେତାମାନେ କେବଳ ଏଆଇସିସିର ନିର୍ଦ୍ଦେଶ ପାଇବା ପରେ ହିଁ ହାତଗଣତି କିଛି କାର୍ଯ୍ୟକ୍ରମ କରିଛନ୍ତି । ଏଭଳି ଅଚଳାବସ୍ଥା ବେଳେ ରାଜ୍ୟ କଂଗ୍ରେସର ବହୁ ନେତା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବି ଚିଠି ଲେଖିଛନ୍ତି । ଫଳରେ ଏଆଇସିସି ନିଦ ଭାଙ୍ଗିଛି । ତେଣୁ ପିସିସି ଗଠନ ପାଇଁ  ପ୍ରକ୍ରିୟା ଆରମ୍ଭ କରିଛି ଏଆଇସିସି । ଛତିଶଗଡ଼ ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ବାଚସ୍ପତି  ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚରଣଦାସ ମହନ୍ତଙ୍କୁ ଓଡ଼ିଶା କଂଗ୍ରେସ ସଜାଡ଼ିବା ଦାୟିତ୍ୱ ଦିଆଯାଇଛି । ସେ ତୁରନ୍ତ ଓଡ଼ିଶା ଗସ୍ତ କରିବେ । ଗସ୍ତ ସମୟରେ  ରାଜ୍ୟ କଂଗ୍ରେସର ବିଭିନ୍ନ ନେତା  ଓ ସାଧାରଣ ଲୋକଙ୍କୁ କଂଗ୍ରେସ  ସମ୍ପର୍କରେ ପଚାରି ବୁଝିବେ । କିଏ କଂଗ୍ରେସର ନେତୃତ୍ୱ ନେଲେ ଓଡ଼ିଶାରେ କଂଗ୍ରେସ ଭଲ କରିବ ତାହା ଜାଣିବେ । ଏହା ସହିତ ଗତ ଦିନମାନଙ୍କରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି, କ’ଣ  କଲେ ଆହୁରି ଭଲ ହୋଇପାରିବ ସେ ନେଇ ବିସ୍ତୃତ ଭାବେ ସାଙ୍ଗଠନିକ ବ୍ୟାପାର ରିପୋର୍ଟ ଏଆଇସିସିକୁ ପ୍ରଦାନ କରିବେ। 

ଏହି କାର୍ଯ୍ୟରେ ଛାତ୍ର କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ସାଧାରଣ ନିର୍ବାଚନ ସମୟରେ ପ୍ରଭାରୀ ଦାୟିତ୍ୱରେ ଥିବା ମୀନାକ୍ଷୀ ନଟରାଜନ ମଧ୍ୟ ଏହି କାର୍ଯ୍ୟରେ  ଚରଣଦାସଙ୍କୁ କରିବେ ସହାୟତା । ଏ ବାବଦରେ ଏଆଇସିସି ସାଧାରଣ ସମ୍ପାଦକ କେ. ସି. ଭେନୁଗୋପାଳ ଚରଣଦାସଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି । ଏ ଦିଗରେ ଯେତେ ଶୀଘ୍ର ସମ୍ଭବ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପ୍ରଭାରୀ ଡ. ଅଜୟ କୁମାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ତେବେ ଅଜୟ କୁମାର ନିଜେ ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ୁଥିବାରୁ ସେ ସମୟ ଦେବା ନେଇ ଆଶା କ୍ଷୀଣ । ତେଣୁ ଚରଣଦାସଙ୍କୁ ଏଆଇସିସି ଦାୟିତ୍ୱ ଦେବା ସହ ଶୀଘ୍ର ପଦକ୍ଷେପ ନେବ ବୋଲି ସୂଚନା  ମିଳିଛି । ଦୁଇରୁ ତିନିଦିନ ମଧ୍ୟରେ ସେ  ଓଡ଼ିଶା ଆସିବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.