ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ ଅନିୟମିତତା ଅଭିଯୋଗ: ତଦନ୍ତ ଆରମ୍ଭ, ବାତିଲ ହୋଇପାରେ ପରୀକ୍ଷା!

ଭୁବନେଶ୍ୱର,୧୮/୧୦: ଓଡିଶା  ଅଧସ୍ତନ କର୍ମଚାରୀ ଚୟନ ଆୟୋଗ  (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ପ୍ୟୁଟର ଆଧାରିତ  ନିଯୁକ୍ତି ପରୀକ୍ଷାରେ ନାନା ଅନିୟମିତତା  ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ  ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀମାନେ  ଆନ୍ଦୋଳନ କରିବା ପରେ ରାଜ୍ୟ ସରକାର ଏହି  ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ।  ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ  ଆରମ୍ଭ କରିଛନ୍ତି ବୋଲି ଗୁରୁବାର ଏକ ପ୍ରେସ  ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ  ପକ୍ଷରୁ କୁହାଯାଇଛି । 

ବିଭାଗ ଆହୁରି କହିଛି,  ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା କମ୍ପ୍ୟୁଟର ଆଧାରିତ  ନିଯୁକ୍ତି ପରୀକ୍ଷା ୨୦୨୪ ଯଥା-ଏଲ୍‌ଆଇ,  ଫରେଷ୍ଟର, ଫରେଷ୍ଟଗାର୍ଡ, ଆର୍‌ଆଇ, ଅମିନ,  ଏଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର  ତଥା ଏସ୍‌ଏଫ୍‌ଏସ୍‌ ଭଳି ପରୀକ୍ଷାର ସ୍ୱଚ୍ଛତା  ସହ ସାଲିସ ହୋଇଥିବା ଅଭିଯୋଗ ହୋଇଛି ।  ତେଣୁ ଏହାର ତଦନ୍ତ ନିହାତି ଆବଶ୍ୟକ ଥିଲା ।  ତଦନ୍ତ ପରେ ଖୁବ ଶୀଘ୍ର ସରକାର ନିଷ୍ପତ୍ତି  ଗ୍ରହଣ କରିବେ । ଅପରପକ୍ଷେ, ଯଦି ଏହି ପରୀକ୍ଷାରେ  ବାସ୍ତବରେ କୌଣସି ଅନିୟମିତତା ରହିଥିବା  ପ୍ରମାଣିତ ହୁଏ ତେବେ ଏହା ବାତିଲ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ  ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.