ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି

କଟକ, ୧୮/୧୦: ନେତାଜି ବସ୍‌ ଟର୍ମିଲାନ ସମ୍ମୁଖରେ ଅଘଟଣ । ଭୁଷୁଡ଼ିଲା ଖାନ୍‌ନଗର ଦଶହରା ଲାଇଟ୍‌ ଗେଟ୍‌ ।  ଲାଇଟ୍‌ ଗେଟ୍‌ ତଳେ ଚାପି ହୋଇ ରହିଗଲା ଗୋଟିଏ କାର୍‌, ପିକ୍‌ଅପ୍‌ ଗାଡି ଏବଂ ଏକ ବାଇକ୍‌ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ।

ସୂଚନା ମୁତାବକ, ଦଶହରାରେ କଟକ ଖାନ୍‌ନଗର ଦୁର୍ଗାପୂଜା କମିଟି ପକ୍ଷରୁ ମା'ଙ୍କ ଆରାଧନା ପାଇଁ ବେଶ୍‌ ସାଜସଜ୍ଜା ସହ ପୂଜାର୍ଚ୍ଚନା କରାଯାଇଥିଲା । ଏଥିପାଇଁ ସୁଉଚ୍ଚ ଲାଇଟ୍‌ ଗେଟ୍‌ ମଧ୍ୟ କରାଯାଇଥିଲା । ପୂଜା ପରେ ଏହି ଲାଇଟ୍‌ ଗେଟ୍‌ ଖୋଲା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାରି ଭିତରେ ଘଟିଗଲା ଅଘଟଣ । ଅଚାନକ ଲାଇଟ୍‌ ଗେଟ୍‌ଟି ଖସି ପଡ଼ିଥିଲା । ଫଳରେ ଲାଇଟ୍‌ ଗେଟ୍‌ ତଳେ ଏକ କାର୍‌, ଏକ ବାଇକ୍‌ ଏବଂ ଆଉ ଏକ ପିକ୍‌ଅପ୍‌ ଗାଡି ଚାପି ହୋଇ ରହିଯାଇଥିଲା । ସୌଭାଗ୍ୟବଶତଃ ଏହି ଗାଡ଼ି ଗୁଡ଼ିକରେ କୌଣସି ଲୋକ ନଥିବାରୁ ବିଶେଷ କ୍ଷତି ହୋଇନାହିଁ । ତେବେ ଘଟଣାସ୍ଥଳରେ ସ୍ଥାନୀୟଲୋକେ ଏବଂ ପ୍ରଶାସନ ପହଞ୍ଚି ଲାଇଟ୍‌ ଗେଟ୍‌ ତଳୁ ଗାଡ଼ି ଗୁଡ଼ିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତାହା ଅସ୍ପଷ୍ଟ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.