ପ୍ରମୂଖ ଖବର
  • ଜୟପୁର-ଅଜମେର ହାଇୱେରେ ବଡ ଦୁର୍ଘଟଣା, ବସ୍କୁ ଧକ୍କା ଦେଲା ଟ୍ରକ, ୧୦ରୁ ଅଧିକ ଗୁରୁତର
  • ||
  • ମୋବାଇଲ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ,ପୁଣି ଫେରିବ ରିଚାର୍ଜ କୁପନ୍
  • ||
  • ‘ନୋ ଡିଟେନ୍‌ସନ ପଲିସି’ ଉଠାଇଦେଲେ କେନ୍ଦ୍ର ସରକାର: ଏଥର ୫ମ, ୮ମରେ ଫେଲ୍‌ ହେଲେ ଫେଲ୍‌
  • ||
  • ଦକ୍ଷିଣ ଓ ଉପକୂଳରେ ଦୁଇ ଦିନ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC
  • ||

ମୋବାଇଲ୍‌ ଦେଖିବାରେ ବ୍ୟସ୍ତ ଥିଲେ ନର୍ସ, ଡାକିବାରୁ ରାଗି ଗଲେ... ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ୍ କଚାଡି ଭାଙ୍ଗିଦେଲେ

Published By : Prameya | October 18, 2024 1:28 PM

ମାଲକାନଗିରି, ୧୮/୧୦ : ହସ୍ପିଟାଲରେ ହାଇଡ୍ରାମା। ଡ୍ୟୁଟିରେ ମୋବାଇଲ୍‌ ଦେଖିବାରେ ବ୍ୟସ୍ତ ଥିଲେ ନର୍ସ ଦିଦି। ଡାକିବାରୁ ରାଗି ଗଲେ... ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ୍ କଚାଡି ଭାଙ୍ଗିଦେଲେ। ଶୁକ୍ରବାର ସକାଳେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, ମାଲକାନଗିରି ମୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁ ବାଘକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇଥିଲେ। ଅଞ୍ଜୁ ପେଟ ବଥାରେ ଛଟପଟ ହେଉଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାଡରେ ଭର୍ତ୍ତି ହେବା  ଲାଗି ରେଫର କରିଥିଲେ। ହେଲେ ରୋଗୀଙ୍କୁ ନେଇ ସେଠାରେ ପହଞ୍ଚିଲା ବେଳକୁ କୌଣସି ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ନଥିଲେ । ନିକଟରେ ଥିବା ଅନ୍ୟ ଏକ ରୁମରେ ମୁନମୁନ ବିଶ୍ବାସ ନାମକ ଜଣେ ନର୍ସ ଉପସ୍ଥିତ ରହିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଡାକିଥିଲେ । ହେଲେ ଦିଦି ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ଯୁକ୍ତିତର୍କ କରିଥିଲେ। ଏହାପରେ ରୋଗୀଙ୍କ ସଂପର୍କୀୟଙ୍କ ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । କେବଳ ଏତିକି ନୁହେଁ ଘଟଣା ପରେ ନିଜ ସ୍ବାମୀଙ୍କୁ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସଂପର୍କୀୟଙ୍କ ସହ ଧସ୍ତାଧସ୍ତି କରିଥିଲେ । ତେବେ ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.