ପ୍ରମୂଖ ଖବର
  • କଟକ ବେଲିଭ୍ୟୁ ଛକରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ମାଲକାନଗିରି; ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା, ୨ ଯବାନ ଆହତ
  • ||
  • ମହାବଳ ଛାଲ ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ,୧୧ ଜଣ ଗିରଫ
  • ||
  • ଶୀତ ଅବକାଶ ପାଇଁ ୨୫ରୁ ହାଇକୋର୍ଟ ଛୁଟି, ଜାନୁଆରୀ ୨ରୁ ଖୋଲିବ କୋର୍ଟ
  • ||
  • ଜୟପୁର-ଅଜମେର ହାଇୱେରେ ବଡ ଦୁର୍ଘଟଣା, ବସ୍କୁ ଧକ୍କା ଦେଲା ଟ୍ରକ, ୧୦ରୁ ଅଧିକ ଗୁରୁତର
  • ||
  • ମୋବାଇଲ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ,ପୁଣି ଫେରିବ ରିଚାର୍ଜ କୁପନ୍
  • ||
  • ‘ନୋ ଡିଟେନ୍‌ସନ ପଲିସି’ ଉଠାଇଦେଲେ କେନ୍ଦ୍ର ସରକାର: ଏଥର ୫ମ, ୮ମରେ ଫେଲ୍‌ ହେଲେ ଫେଲ୍‌
  • ||
  • ଦକ୍ଷିଣ ଓ ଉପକୂଳରେ ଦୁଇ ଦିନ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC
  • ||

ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ପାଇଁ ସୋଆକୁ ଗୋଲ୍ଡେନ୍‌ ଷ୍ଟାର ଆଇକନ୍‌ ସମ୍ମାନ

Published By : Prameya | December 23, 2024 10:51 PM

ଭୁବନେଶ୍ୱର,୨୩/୧୨: ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଗତ ଶନିବାର ନୂଆଦିଲ୍ଲୀ ଠାରେ ଆଭିଭା କିଅନ୍‌ ପକ୍ଷରୁ ‘ଲିଡର ଇନ୍‌ ଏଜୁକେସ୍‌ନାଲ୍‌ ଡେଭଲପ୍‌ମେଂଟ ଆଣ୍ଡ ସୋସିଆଲ୍‌ ଇମ୍ପାକ୍ଟ’ ଭାବେ ମନୋନୀତ କରାଯାଇ ଗୋଲ୍ଡେନ୍‌ ଷ୍ଟାର ଆଇକନ୍‌ ଆୱାର୍ଡ ପ୍ରଦାନ କରାଯାଇଛି । ସୋଆ ପକ୍ଷରୁ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। 

କାର୍ଯ୍ୟକ୍ରମରେ ଶ୍ରୀ କଲ୍କି ଧାମର କଲ୍କି ପିଠାଧିଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍‌, ଉତର ପ୍ରଦେଶ ସରକାରଙ୍କ ବୈଦ୍ୟୁତିକ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ସୁନୀଲ ଶର୍ମା, ପୂର୍ବତନ ସାଂସଦ ଶ୍ରୀ ଅନୀଲ ଅଗ୍ରୱାଲ, ଉତରପୂର୍ବ ଦିଲ୍ଲୀର ମୁନିସିପାଲ୍‌ କାଉନ୍‌ସିଲର ଶ୍ରୀମତୀ ସତ୍ୟା ଶର୍ମା ଓ ବିଜେପି ନେତ୍ରୀ ଶ୍ରୀମତୀ ରୁଚିକା ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ। ଶିଳ୍ପ, ମନୋରଞ୍ଜନ, କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଗଣମାଧ୍ୟମ, ଉଦ୍ୟୋଗ ଏବଂ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.