ପ୍ରମୂଖ ଖବର
  • କଟକ ବେଲିଭ୍ୟୁ ଛକରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ମାଲକାନଗିରି; ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା, ୨ ଯବାନ ଆହତ
  • ||
  • ମହାବଳ ଛାଲ ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ,୧୧ ଜଣ ଗିରଫ
  • ||
  • ଶୀତ ଅବକାଶ ପାଇଁ ୨୫ରୁ ହାଇକୋର୍ଟ ଛୁଟି, ଜାନୁଆରୀ ୨ରୁ ଖୋଲିବ କୋର୍ଟ
  • ||
  • ଜୟପୁର-ଅଜମେର ହାଇୱେରେ ବଡ ଦୁର୍ଘଟଣା, ବସ୍କୁ ଧକ୍କା ଦେଲା ଟ୍ରକ, ୧୦ରୁ ଅଧିକ ଗୁରୁତର
  • ||
  • ମୋବାଇଲ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ,ପୁଣି ଫେରିବ ରିଚାର୍ଜ କୁପନ୍
  • ||
  • ‘ନୋ ଡିଟେନ୍‌ସନ ପଲିସି’ ଉଠାଇଦେଲେ କେନ୍ଦ୍ର ସରକାର: ଏଥର ୫ମ, ୮ମରେ ଫେଲ୍‌ ହେଲେ ଫେଲ୍‌
  • ||
  • ଦକ୍ଷିଣ ଓ ଉପକୂଳରେ ଦୁଇ ଦିନ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC
  • ||

‘ନୋ ଡିଟେନ୍‌ସନ ପଲିସି’ ଉଠାଇଦେଲେ କେନ୍ଦ୍ର ସରକାର: ଏଥର ୫ମ, ୮ମରେ ଫେଲ୍‌ ହେଲେ ଫେଲ୍‌

Published By : Prameya | December 24, 2024 8:38 AM

ନୂଆଦିଲ୍ଲୀ, ୨୪/୧୨: ଏଣିକି ୫ମ ଏବଂ ୮ମ ଶ୍ରେଣୀ  ବାର୍ଷିକ ପରୀକ୍ଷାରେ ଫେଲ୍‌ ହେଲେ ଛାତ୍ରଛାତ୍ରୀଙ୍କୁ ସ୍ୱତଃପ୍ରବୃତ୍ତ  ଆଉ ଉପର ଶ୍ରେଣୀକୁ ଉନ୍ନୀତ କରାଯିବ ନାହିଁ । ସେମାନଙ୍କୁ  ଫେଲ୍‌ ବୋଲି ଦର୍ଶାଯିବ ଓ ସେମାନେ ପୁଣିଥରେ ସେହି  ଶ୍ରେଣୀରେ ପଢ଼ିବେ । କାରଣ ପୂର୍ବରୁ ଥିବା ‘ନୋ ଡିଟେନ୍‌ସନ  ପଲିସି’କୁ କେନ୍ଦ୍ର ସରକାର ସୋମବାର ଉଠାଇ ଦେଇଛନ୍ତି ।  ଫେଲ୍‌ ପିଲାଙ୍କ ଲାଗି ପୁନଃ ପରୀକ୍ଷାର ବ୍ୟବସ୍ଥା ରଖାଯାଇଛି । 

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌ ହୋଇନଥିବା  ଛାତ୍ରଛାତ୍ରୀଙ୍କୁ ୨ ମାସରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ  ମିଳିବ । ଦ୍ୱିତୀୟ ଥର ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଉପର  ଶ୍ରେଣୀକୁ ଉନ୍ନୀତ କରାଯିବ । ନଚେତ ସେମାନେ ପୁଣିଥରେ  ସେହି ଶ୍ରେଣୀରେ ପଢ଼ିବେ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଥିଲାଗି  ନୂଆ ପ୍ରାବଧାନ ଆଣିଛି । ଏହା ଅନୁସାରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ  ଫେଲ୍‌ ପିଲାଙ୍କୁ ସ୍କୁଲରୁ ବାହାର କରାଯିବ ନାହିଁ । ପିଲାଙ୍କ ଶିକ୍ଷା  ଗୁଣବତ୍ତା ବଢ଼ାଇବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସ୍କୁଲ  ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି ।  ଦେଶର ୩ ହଜାରରୁ ଊଦ୍ଧ୍ୱର୍ କେନ୍ଦ୍ରୀୟ ବିଦ୍ୟାଳୟରେ ଏହି  ନୂଆ ନିୟମ ଲାଗୁ କରାଯିବ । ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ,  ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲ ରହିଛି । ପୂର୍ବରୁ  ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ (ଦିଲ୍ଲୀ ଏବଂ  ପୁଡୁଚେରୀ) ନୋ-ଡିଟେନସନ ପଲିସି ଶେଷ କରିସାରିଛନ୍ତି । 

ଶିକ୍ଷା ମନ୍ତ୍ରଣାଳୟ ଅନୁସାରେ ସ୍କୁଲ ଶିକ୍ଷା ହେଉଛି ରାଜ୍ୟର  ବିଷୟ । ତେଣୁ ରାଜ୍ୟଗୁଡ଼ିକ ଶିକ୍ଷା ବାବଦରେ ସ୍ୱତନ୍ତ୍ର ନିଷ୍ପତ୍ତି  ନେଇପାରିବେ । କେନ୍ଦ୍ର ସରକାରଙ୍କ ନୂଆ ନୀତି ଅନୁସାରେ,  ଆବଶ୍ୟକ ପଡ଼ିଲେ ଶ୍ରେଣୀ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଦୁର୍ବଳତା  ଚିହ୍ନଟ କରି ସେମାନଙ୍କ ବାପାମା’ଙ୍କ ସହ ଆଲୋଚନା କରିବା  ସହ ସ୍ୱତନ୍ତ୍ର ଇନ୍‌ପୁଟ ଦେବେ । ପ୍ରିନ୍ସପାଲ ୫ମ ଏବଂ ୮ମ  ଶ୍ରେଣୀରୁ ଉନ୍ନୀତ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କ ତାଲିକା  ବନାଇ ପାଠପଢ଼ାରେ ସେମାନଙ୍କ ଅଗ୍ରଗତିକୁ ତଦାରଖ  କରିବେ । ଏପରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏବଂ ପୁନଃ ପରୀକ୍ଷା ସେମାନଙ୍କ ସ୍ମୃତି ଶକ୍ତି ଉପରେ ଆଧାରିତ ହେବନାହିଁ ।  ଯେପର୍ଯ୍ୟନ୍ତ ପିଲାଙ୍କ ମୌଳିକ ଶିକ୍ଷା ସମ୍ପୂର୍ଣ୍ଣ ନ ହୋଇଛି,  ସ୍କୁଲରୁ ବାହାର କରାଯିବ ନାହିଁ । ଶୈଖିକ ପ୍ରଦର୍ଶନରେ ସୁଧାର  ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  

ନୋ ଡିଟେନ୍‌ସନ ପଲିସି ଶିକ୍ଷା ଅଧିକାର ଆଇନ  ୨୦୦୯ର ଅଂଶବିଶେଷ । ଭାରତର ଶିକ୍ଷା ନୀତିରେ ସୁଧାର  ଆଣିବା ଲାଗି ସରକାର ଏହି ନିୟମ ଆଣିଥିଲେ । ୨୦୧୮ରେ ଶିକ୍ଷା  ଅଧିକାର ଆଇନରେ ସଂଶୋଧନ କରିବା ଲାଗି ଲୋକସଭାରେ ବିଧେୟକ ଗୃହୀତ ହୋଇଥିଲା । ଏହା ଅନୁସାରେ ୫ମ  ଏବଂ ୮ମ ଶ୍ରେଣୀ ପିଲାଙ୍କ ପାଇଁ ରେଗୁଲାର ପରୀକ୍ଷା ଏବଂ  ଫେଲ୍‌ ହେଉଥିବା ପିଲାଙ୍କ ପାଇଁ ୨ ମାସରେ ପୁନଃ ପରୀକ୍ଷା  କରାଇବା କଥା କୁହାଯାଇଥିଲା । ୨୦୧୯ରେ ରାଜ୍ୟସଭାରେ  ବିଲ୍‌ ପାସ୍‌ ହୋଇଥିଲା । ଏହି ନୀତିକୁ ଜାରି ରଖିବେ ନା  ଉଚ୍ଛେଦ କରିବେ ନିଷ୍ପତ୍ତି ରାଜ୍ୟ ଉପରେ ଛଡ଼ାଯାଇଥିଲା ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.