ଭୁବନେଶ୍ବର,୨୩।୧୨ : ବାଘ ଚମଡା ବିକ୍ରି ପାଇଁ ଯୋଜନା ହେଉଥିବା ବେଳେ ବନବିଭାଗର ଏକ ସ୍ବତନ୍ତ୍ର ଟିମ ଚଢାଉ କରି ସୋର ତାଲାପଡା ସେକ୍ସସନ ବ୍ରଜଦେଉଳୀ ବିଟ୍ ନିକଟରୁ ବାଘ ଚମଡା ଜବତ କରିଛି। ଏଥିସହ ଏହି କାରବାରରେ ସମ୍ପୃକ୍ତ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି।
ସୋର ତାଲାପଡା ସେକ୍ସସନ ବ୍ରଜଦେଉଳୀ ବିଟ୍ ନିକଟରେ ବାଘ ଚମଡା ବିକ୍ରି ପାଇଁ ଯୋଜନା ହେଉଥିବା ବନବିଭାଗ ଖବର ପାଇଥିଲା। ତୁରନ୍ତ ବାଲେଶ୍ବର ଏବଂ ମୟୂରଭଞ୍ଜରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଏହି ଟିମ୍ ଏକ ବାଘ ଚମଡା ଜବତ କରିବା ସହ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଥିଲା। ପ୍ରାଥମିକ ପଚରାଉଚରା ପରେ ମୟୂରଭଞ୍ଜ ଦୂରରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ଆଉ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସମସ୍ତ ୧୧ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।