ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌

ଭୁବନେଶ୍ୱର,୧୮/୧୦: ଜାମତରା ଗ୍ୟାଙ୍ଗ୍‌ ଭଳି ଭୁବନେଶ୍ୱରରେ କଲ୍‌ ସେଣ୍ଟର କରି ବିଦେଶୀଙ୍କୁ ଚୂନ  ଲଗାଉଥିବା ବଙ୍ଗୀୟ ଗ୍ୟାଙ୍ଗ୍‌ ଗୁରୁବାର ସାଇବର ପୁଲିସ୍‌  ହାତରେ ଧରା ପଡ଼ିଥିଲେ । ଏମାନଙ୍କ ମୂଳ ଗ୍ୟାଙ୍ଗ୍‌ କୋଲକାତାରେ ସକ୍ରିୟ ଥିବା ଜଣାପଡିଛି । ସେଥିପାଇଁ ସାଇବର ଥାନାର ଏକ ଟିମ କୋଲକାତା ଯିବ ବୋଲି ଡିସିପି  ପିନାକ ମିଶ୍ର କହିଛନ୍ତି । ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଲା । ଭୁବନେଶ୍ବର କୋର୍ଟରୁ ରିମାଣ୍ଡକୁ ଅନୁମତି ପ୍ରଦାନ କରିଛନ୍ତି ।  ଆଗକୁ ସମସ୍ତ ଅଭିଯୁକ୍ତଙ୍କୁ ନେଇ ଅଧିକ ପଚରାଉଚରା କରାଯିବ।

ଗୁରୁବାର ଗିରଫ ହୋଇଥିବା ସମୀର ମୋବିନ, ମହମ୍ମଦ ଜାଭେଦ ହୁସେନ, ମହମ୍ମଦ ତୋସିଫ୍‌, ଫୈଜାନ ଆଲମ୍‌, ସାଇବ ରାଜା ଓ ମହମ୍ମଦ ହାଇଦର ଅଲ୍ଲୀଙ୍କ ଠାରୁ ପୁଲିସ୍‌ ୧୧ଟି ମୋବାଇଲ୍‌, ୬ ଲାପଟପ ଓ କିଛି ରାଉଟର ଜବତ କରିଥିଲା । ଏହି ଗ୍ୟାଙ୍ଗ୍‌ର ମାଣ୍ଟରମାଇଣ୍ଡ କୋଲକାତାରେ ଲିଙ୍କ୍ ଥିବା ଜଣାପଡ଼ିଛି । ସେଥିପାଇଁ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ କୋଲକତା ଯାଇ ଘଟଣାର ଅଧିକ ତଦନ୍ତ କରିବ । ସେପଟେ ୬ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଆଗକୁ ଅଭିଯୁକ୍ତମାନଙ୍କଠାରୁ ଅଧିକ ତଥ୍ୟ ଆଦାୟ କରିବାକୁ ଲକ୍ଷ ରଖିଛି କମିଶନରେଟ୍‌ ପୁଲିସ ।  

ସଫ୍ଟୱେର ଓ ଆଣ୍ଟି ଭାଇରସ ଅପଲୋଡ୍‌ କରିବାକୁ କହି ଏମାନେ ବିଦେଶୀଙ୍କୁ ଠକୁଥିଲେ । ଆମେରିକାର ଓ କାନାଡାର ଅଧିକ ଲୋକ ଠକାମିର ଶିକାର ହୋଇଛନ୍ତି । ଅନ୍ୟପକ୍ଷରେ ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଫ୍ଲାଟ ଭଡ଼ା ନେଇ ଗିରଫ ଅଭିଯୁକ୍ତମାନେ ନକଲି କଲ ସେଣ୍ଟର ଚଲାଇଥିଲେ । ନିୟମ ଦୃଷ୍ଟିରୁ ଘର ମାଲିକ ଭଡ଼ାଟିଆଙ୍କ  ବିଷୟରେ ସ୍ଥାନୀୟ ଥାନାକୁ ଜଣାଇବାର ନିୟମ ରହିଛି ।  ହେଲେ ଘର ମାଲିକ ଏହାକୁ ପାଳନ କରିନଥିଲେ । ସେଥିପାଇଁ  ପୁଲିସ୍‌ ଘର ମାଲିକଙ୍କୁ ନୋଟିସ୍‌ କରିବ ବୋଲି ଜଣାପଡ଼ିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.