ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ରାଜ୍ୟରେ ୫୪ ପ୍ରତିଶତ ମାନସିକ ଦିବ୍ୟାଙ୍ଗ ଯୁବକ, ୨ ବର୍ଷରେ ୪୯ ହଜାର ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ୱର,୧୮/୧୦ : ରାଜ୍ୟରେ ୨୦୨୩ ଜୁନ୍‌ରୁ ୨୦୨୪ ଜୁନ୍‌ ମଧ୍ୟରେ ୧ ଲକ୍ଷ ୬୨ ହଜାର ୭୨୬ ଜଣ ମାନସିକ ଦିବ୍ୟାଙ୍ଗ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୮୭ ହଜାର ୯୪୮ ଯୁବ ଗୋଷ୍ଠୀ ଅଛନ୍ତି। ଅର୍ଥାତ ୫୪ ପ୍ରତିଶତ ମାନସିକ ଦିବ୍ୟାଙ୍ଗ ହେଉଛନ୍ତି ଯୁବ ଗୋଷ୍ଠୀ। ଏହି ଚିହ୍ନଟ ଯୁବ ଗୋଷ୍ଠୀଙ୍କ ଭିତରୁ ୪୦ ପ୍ରତିଶତ ନିଶା ସେବନ କରନ୍ତି। ସେହିପରି ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୫ ପ୍ରତିଶତ ମାନସିକ ଦିବ୍ୟାଙ୍ଗ। 

ଅନ୍ୟପକ୍ଷରେ ମୟୂରଭଞ୍ଜ, ଯାଜପୁର, କୋରାପୁଟ, କେଉଁଝର, କନ୍ଧମାଳ, ବଲାଙ୍ଗିର ଜିଲ୍ଳାରେ ବେଶୀ ମାନସିକ ଦିବ୍ୟାଙ୍ଗ ଥିବା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାରୁ ଜଣାପଡିଛି । ପାରିବାରିକ କଳହ, ଶିକ୍ଷା କ୍ଷେତ୍ରରେ ବିଫଳତା, ଉଚ୍ଚ ଆଶା ସଫଳ ନ ହେବା, ଅର୍ଥ ଅଭାବ, ପ୍ରେମରେ ବିଫଳତା ଓ କର୍ମକ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବିଷାଦ ବଢ଼ାଉଛି । ସେମାନେ ମାନସିକ ସନ୍ତୁଳନ ହରାଇ ନିଶାର ସାହାରା ନେଉଛନ୍ତି । ଗତ ଦୁଇ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ହସ୍ପିଟାଲ୍‌ ଓପିଡିରେ ୨ ଲକ୍ଷ ୩୩ ହଜାର ୯୮୮ ଜଣ ଚିକିତ୍ସିତ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୧ଲକ୍ଷ ୮୪ ହଜାର ୧୭୭ ଜଣଙ୍କ କାଉନସେଲିଂ କରାଯାଇଛି । 

ରାଜ୍ୟରେ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ୍‌ରେ ଟେଲି ମାନସ (ଫୋନ୍‌ ମାଧ୍ୟମରେ ଦିଆଯାଉଥିବା ମାଗଣା ମାନସିକ ଚିକିତ୍ସା ସେବା) ସେଲ୍‌ ଖୋଲାଯାଇଛି । ଏହି ଟେଲି ମାନସରେ ଗତ ଦୁଇ ବର୍ଷ ମଧ୍ୟରେ ୧ ଲକ୍ଷ ୧୪ ହଜାର ୧୧୩ ଜଣ ରୋଗୀଙ୍କୁ କାଉନସେଲିଂ କରାଯାଇଛି । ତେବେ ପୂର୍ବ ୨ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ୪୯ ହଜାର ୮୧୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୬ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନାସନାଲ୍‌ ମେଣ୍ଟାଲ୍‌ ହେଲ୍‌ଥ କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମ ଜରିଆରେ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏଥିରେ ମାନସିକ ରୋଗୀ ଓ ନିଶାଖୋରଙ୍କ ଟିହ୍ନଟ କରାଯିବା ସହ ସେମାନଙ୍କର କାଉନ୍‌ସେଲିଂ ଓ ଚିକିତ୍ସା କରାଯାଉଛି । 

ଏସ୍‌ସିବି, ଏମ୍‌କେସିଜି, ଭୀମ୍‌ସାର, ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ, ମୟୂରଭଞ୍ଜ ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ, ପୁରୀ ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ୍‌ ଓ ରାଉରକେଲା ଆଇଜିଏଚ୍‌ରେ ‘ଡି-ଆଡିକ୍‌ସନ୍‌ ସେଣ୍ଟର’ ଖୋଲାଯାଇଛି । ୨୦୧୮ ମସିହାରେ ନୂଆଦିଲ୍ଲୀର ଏମ୍‌ସ ଓ ବେଙ୍ଗାଲୁରୁର ନିମ୍‌ହାନ୍ସ ସହିତ ଏମ୍‌ଓୟୁ ହୋଇଥିଲା । ଏହି ଏମ୍‌ଓୟୁ ଫଳରେ ଏହି ଦୁଇ ସଂସ୍ଥା ମାନସିକ ରୋଗୀ ଓ ନିଶାଖୋରଙ୍କ ଚିକିତ୍ସା କ୍ଷେତ୍ରରେ ରାଜ୍ୟର ଡିଏମ୍‌ଏଚ୍‌ପି (ଡିଷ୍ଟ୍ରିକ୍ଟ ମେଣ୍ଟାଲ୍‌ ହେଲ୍‌ଥ ପ୍ରୋଗ୍ରାମ୍‌)ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ତାଲିମରେ ସହଯୋଗ କରୁଛନ୍ତି । ଏହାଦ୍ୱାରା ଅଭିଜ୍ଞ ମନସ୍ତତ୍ତ୍ୱବିତ୍‌ ଓ ଡାକ୍ତର, ମୋବାଇଲ୍‌ ହେଲ୍‌ଥ ୟୁନିଟ୍‌ ସହ ଡି-ଆଡିକ୍‌ସନ୍‌ ସେଣ୍ଟରକୁ ଯାଇ ଚିକିତ୍ସା କରୁଥିବା ଜଣାପଡିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.