ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କୂଳ ଲଙ୍ଘୁଛି ସମୁଦ୍ର, ମାନଚିତ୍ରରୁ ଲିଭିଯିବ ଆର୍ଯ୍ୟପଲ୍ଲୀ !

ଛତ୍ରପୁର, ୧୮/୧୦ : ଜଳବାୟୁ ପରିବର୍ତନ ହେତୁ ଦିନକୁ ଦିନ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର। ବିପଦରେ ଗଞ୍ଜାମ ଜିଲ୍ଲାର ଅନେକ ତଟବର୍ତ୍ତୀ ଅଞ୍ଚଳ। ଭୟଭୀତ ଅବସ୍ଥାରେ ଅଛନ୍ତି ସମୁଦ୍ରକୂଳିଆ ଲୋକେ। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗ ଆଡକୁ ମାଡିଆସୁଛି। ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସମୁଦ୍ର ଧିରେ ଧିରେ କୂଳ ଲଙ୍ଘିବାରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। 

ଗୁରୁବାର ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ସୃଷ୍ଟି ହୋଇଥିଲା। ଫଳରେ କେ.ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମତ୍ସ୍ୟଜୀବୀଙ୍କ ପାଇଁ ନିର୍ମାଣ ହୋଇଥିବା ଏକ ସେଡ୍ ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ସମୁଦ୍ରର ଅତି ନିକଟରେ କିଛି ଘର ଥିବାରୁ ସେମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିଲା। ସମୁଦ୍ର ଅଶାନ୍ତ ଯୋଗୁଁ ଏବେ ସମୁଦ୍ର ଗ୍ରାମ ନିକଟବର୍ତ୍ତୀ ହେବାରେ ଲାଗିଛି। ଗ୍ରାମ ଠାରୁ ମାତ୍ର ଆଉ କିଛି ମିଟର ଦୂରରେ ରହିଛି। ଏବେ ଜଳବାୟୁ ପରିବର୍ତ୍ତନ ସମେତ ବାରମ୍ବାର ଳଘୁଚାପଜନିତ ସାମୁଦ୍ରିକ ବାତ୍ୟା ଯୋଗୁଁ ସମୁଦ୍ରର ଜଳରାଶି ଦିନକୁ ଦିନ ଗ୍ରାମ ମୁହାଁ ହେଉଛି। ଯାହାଫଳରେ ଆଗାମୀ ଦିନରେ ବହୁ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବାର ଆଶଙ୍କା ରହିଛି। ଏପରିକି ଗଞ୍ଜାମ ମାନଚିତ୍ରରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଲିଭିଯିବ ବୋଲି ଆଶଙ୍କା କରାଯାଉଛି। 

ଆର୍ଯ୍ୟପଲ୍ଲୀ ଗାଁ ଧୀରେ ଧୀରେ ସମୁଦ୍ର ଆଁରେ ପଶିଯିବାର ସମ୍ଭାବନା ରହିଛି। ଏଥିପ୍ରତି ପ୍ରଶାସନ ହସ୍ତକ୍ଷେପ ନକଲେ ବହୁ ଘର ସମୁଦ୍ର ଭିତରେ ଲୀନ ହୋଇଯିବ ତାହ ତିଳେ ମାତ୍ରେ ସନ୍ଦେହ ନାହିଁ। ଏପରିକି ପୂର୍ବରୁ ସମୁଦ୍ର ନିକଟରେ ଥିବା ରାସ୍ତା ଧୋଇ ହୋଇଯିବା ସହ ସେଠାରେ ଥିବା ଛୋଟ ଛୋଟ ମନ୍ଦିର ସବୁ ସମୁଦ୍ର ଜୁଆର ମାଡରେ ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।  ଏଣୁ ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ ଦାବି କରିଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.