ପ୍ରମୂଖ ଖବର

ବର୍ଷେ ପରେ ଫେରିବ ଗିରଫ ଜାହାଜ ଏମ୍‌ଭି ଦେବୀ, ସ୍ୱଦେଶ ଫେରିବେ ୧୧ କ୍ର୍ୟୁ ସଦସ୍ୟ

Published By : Prameya | December 22, 2024 10:01 AM

ପାରାଦ୍ଵୀପ, ୨୨।୧୨: ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ଦିନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଗିରଫ ହୋଇଥିବା ଜାହାଜ ଏମ୍‌ଭି ଦେବୀ ଜାହାଜର ୧୧ ଜଣ ସଦସ୍ୟ ନିଜ ଦେଶ ଭିଏତନାମକୁ ଫେରିବାର ବାଟ ଫିଟିଛି । ଜାହାଜରେ ୧୧ ଜଣ ନୂଆ କ୍ର୍ୟୁ ସଦସ୍ୟ ଜାହାଜରେ ଚଢ଼ିବେ । ସେମାନଙ୍କୁ ଜାହାଜକୁ ଯିବା ପାଇଁ କଷ୍ଟମ୍ସ ଓ ଇମିଗ୍ରେସନ ବିଭାଗର କ୍ଲିୟରାନ୍ସ ମିଳିସାରିଛି । ମାତ୍ର ବନ୍ଦରର ଡେପୁଟି କଞ୍ଜରଭେଟର ପାଗ ଖରାପ ଯୋଗୁଁ ଜାହାଜ ନିକଟକୁ ଯିବାପାଇଁ କ୍ଲିୟରାନ୍ସ ଦେଇନାହାନ୍ତି । 

କଷ୍ଟମ୍ସ ବିଭାଗର ତଦନ୍ତ ଆଧାରରେ ଜାହାଜର ସମସ୍ତ ୨୧ ଜଣ କ୍ର୍ୟୁ ସଦସ୍ୟ କୋକେନ ଘଟଣାରେ ସାମିଲ ନଥିବା ଜଣାପଡ଼ିବା ପରେ ନିଜ ଦେଶକୁ ଫେରିବାର ପାଇଁ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଜାହାଜରେ ଥିବା ସମସ୍ତ ୨୧ ଜଣ ସଦସ୍ୟଙ୍କୁ ନିଜ ଦେଶ ଭିଏତନାମ ଯିବାପାଇଁ ମାନ୍ୟବର ଅଦାଲତ ଅନୁମତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ କ୍ର୍ୟୁ ସଦସ୍ୟଙ୍କ ଭିସା ଅବଧି ସରିଯାଇଥିବାରୁ ସେମାନେ ଜାହାଜରେ ରହିବେ । ୧୧ ଜଣ କ୍ରିୟୁ ସଦସ୍ୟ ନିଜ ଦେଶକୁ ଯିବେ ଏବଂ ୧୧ ଜଣ ନୂତନ କ୍ର୍ୟୁ ସଦସ୍ୟ ଜାହାଜରେ ଚଢ଼ିବେ । ଅନ୍ୟ ୧୦ ଜଣଙ୍କ ଭିସା ସରିଥିବାରୁ ସେମାନଙ୍କ ଭିସା ଠିକ୍ କରିବାକୁ ଉଦ୍ୟମ ଚାଲିଛି । ସେମାନଙ୍କ ଭିସା କ୍ଲିୟର ହେବା ପରେ ସେମାନେ ମଧ୍ୟ ନିଜ ଦେଶ ଭିଏତନାମକୁ ଫେରିଯିବେ । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.