ପୁରୀ ୮/୬ : ଶ୍ରୀମନ୍ଦିରର ଲାଇଟ ଖୋଲା ହେବାର ୩ ଦିନ ପରେ ପୁଣି ଲାଇଟ ଲାଗିଛି। ଫଳରେ ଶ୍ରୀମନ୍ଦିର ପୁଣି ଝଲସିଛି।ପୂର୍ବରୁ ଲାଗିଥିବା ଲାଇଟ ଗୁଡିକୁ ହଠାତ ସଂପୃକ୍ତ ସଂସ୍ଥା ଅପସାରଣ କରି ନେଇଥିବାରୁ ଶ୍ରୀମନ୍ଦିର ର ଆଲୋକୀକରଣ ବନ୍ଦ ହୋଇ ସୌନ୍ଦର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଏହି ଘଟଣା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଦୃଷ୍ଟି କୁ ଆସିବା ପରେ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇ ଆଜି ଠାରୁ ପୁନଃ ଆଲୋକୀକରଣ କରାଯାଇଛି।ଏବେ ଶ୍ରୀମନ୍ଦିର ର ସୌନ୍ଦର୍ଯ୍ୟ ଦେଖି ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଲୋକ ମାନେ ଆନନ୍ଦ ଅନୁଭବ କରିବା ସହ ତ୍ୱରାନ୍ୱିତ ପଦକ୍ଷେପ ପାଇଁ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି।