ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଆଜିଠୁ ଆରମ୍ଭ ପବିତ୍ର ରମଜାନ ମାସ

Published By : Prameya | March 2, 2025 8:11 PM

ଭୁବନେଶ୍ବର, ୨/୩ :   ଆଜିଠୁ ଆରମ୍ଭ ହେଉଛି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ରମଜାନ ମାସ । ଗତକାଲି ରାତିରୁ ତରାବି ପାଠ ସହ ଆଜିଠୁ ଆରମ୍ଭ ହେଉଛି ରମଜାନ ମାସ । ଆଜି କଟକ ସହରର ବିଭିନ୍ନ ମସଜିଦମାନଙ୍କର ସମୂହ ନମାଜପାଠ ସହ “ରୋଜା” ଅର୍ଥାତ ଉପବାସ ରଖିଚନ୍ତୀ । ପ୍ରଥମ ଦିନରେ କଟକର ବିଭିନ୍ନ ମସଜିଦ ମାନଙ୍କରେ ନମାଜ ପାଠ କରିଛନ୍ତି ଶ୍ରଦ୍ଧାଳୁ ମାନେ।ରମଜାନ ମାସର ଆଵଶ୍ୟକତାକୁ ଦେଖି  ଲଚ୍ଛା ସେମିଆ, ଫାଲୁଦା, ସରଵତ, ଖଜୁରି ଓ ଡ୍ରାଏ ଫ୍ରୁଟ ଆଦି କିଣିବା ପାଇଁ ଦୋକାନ ଗୁଡ଼ିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି।

ଦୀର୍ଘ ଏକ ମାସ ଧରି ରାମଜାନ ପାଳିବେ ମୁସଲିମ୍ ଧର୍ମାବଲମ୍ବୀ । ଏହି ମାସ ସାରା ମୁସଲିମ୍ ଭାଇ ଭଉଣୀମାନେ ଦିନ ତମାମ ଉପବାସ ରହି ପାଳନ କରନ୍ତି । ଏହାକୁ ରୋଜା ମଧ୍ୟ କୁହାଯାଏ । ଉପବାସ କରୁଥିବା ଲୋକମାନେ ଏକ ମାସ ଧରି ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ପାଳନ କରିଛନ୍ତି । ବିଶ୍ବର ସବୁଆଡେ ରମଜାନ ପାଳନ ହେଉଥିବା ବେଳେ ରୌପ୍ୟ ନଗରୀ କଟକରେ ମଧ୍ୟ ସୁରୁଖୁରୁରେ ପାଳନ ହେଉଛି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ସମୂହ ନମାଜ ପାଠ କରନ୍ତି ମୁସଲିମ୍ ଭାଇ ମାନେ। ବ୍ରତ ଶେଷରେ ସନ୍ଧ୍ୟା ବେଳେ ଇଫତାର ପାଳନ କରାଯାଯିବ। କଟକ ସହରର ବିଭିନ୍ନ ମସଜିଦ ମାନଙ୍କରେ ଶନିବାର ରାତିରେ ପ୍ରଥମ ନମାଜ ବା   ତାରାବି ପାଠ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିଲେ । ସେହିଭଳି ଆଜି ମଧ୍ୟ ରମଜାନ ପ୍ରଥମ ଦିନରେ ମସଜିଦ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିବାରେ ଲାଗିଥିଲା। ସେହିଭଳି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମସଜିଦକୁ ଆସିବାକୁ ଥିବା ବେଳେ ମସଜିଦ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଏହି ରମଜାନ ସମୟରେ ପ୍ରତ୍ୟେକଦିନ କୋରାନର ଏକ ଅଧ୍ୟାୟ ପାଠ କରାଯାଇଥାଏ ।ଏହା ସହ ଏକ ମାସ ଧରି ସମସ୍ତେ ନିଷ୍ଠାର ସହ ପାଳନ କରନ୍ତି ବୋଲି କହିଛନ୍ତ ଶ୍ରଦ୍ଧାଳୁ। 

ରମଜାନ ମାସ ଆରମ୍ଭ ସହ ଚଳଚଞ୍ଚଳ ହୋଇ ଉଠିଛି କଟକର ରମଜାନ ଵଜାର। ରମଜାନ ମାସର ଆଵଶ୍ୟକତାକୁ ଦେଖି  ଲଚ୍ଛା ସେମିଆ,ଫାଲୁଦା,ସରଵତ,ଖଜୁରି ଓ ଡ୍ରାଏ ଫ୍ରୁଟ ଆଦି କିଣିବା ପାଇଁ ଦୋକାନ ଗୁଡ଼ିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି। ଚଳିତ ଵର୍ଷ ରମଜାନ ଵଜାରରେ ବିଭିନ୍ନ କିସମର ଵିଦେଶୀ ଖଜୁରି ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ବକ୍ସି ଵଜାର ମସଜିଦ ନିକଟରେ ସ୍ବତନ୍ତ୍ର ରମଜାନ ଷ୍ଟଲରେ ଇରାନ,ତୁର୍କି,ଆରଵ ଏମିରେଟ୍ସ,ମଦିନା ଓ ଟୁନିସିଆ ଭଳି ଦେଶର ଖୁବ୍ ଭଲ କିସମର ଖଜୁରି ବିକ୍ରି ହେଉଛି। ଏହି ଵିଦେଶୀ ଖଜୁରି ଖୁଡିକ ଏଵେ ଗ୍ରାହକଙ୍କର ପ୍ରଥମ ପସନ୍ଦ ପାଲଟିଛି।ଏହା ସହ ଵକ୍ସି ଵଜାର ରମଜାନ ବଜାରକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସିଛି ଲକ୍ଷ୍ନୌ ଲଚ୍ଛା ସେମିଆ।ଏହା ବ୍ୟତୀତ ରମଜାନ ପ୍ରାର୍ଥନା ପାଇଁ ଟୋପି, ବିଭିନ୍ନ କିସମର ଇମ୍ପୋର୍ଟେଡ ଅତର,ସୁରମା, ଇଲେକ୍ଟ୍ରୋନିକ୍ସ ଜପାମାଳି ଆଦି ମଧ୍ୟ ବେଶ୍ ଭଲ ବିକ୍ରି ହେଉଛି।

ଭାଇଚାରାର ସହର କଟକରେ ରମଜାନ ମାସରେ ଖାଲି ମୁସଲମାନ ଧର୍ମାବଲମ୍ବୀ ନୁହନ୍ତି ବରଂ ତାଙ୍କ ସହ ହିନ୍ଦୁ ମାନେ ମଧ୍ୟ ଇଫତାର୍ ପାର୍ଟିରେ ସାମିଲ ହୋଇଥାଆନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.