ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଦ୍ୱେତ ଗ୍ରହାଣୁ ଅଧ୍ୟୟନ କରିବ ‘ହେରା ମିଶନ’, ୟୁରୋପୀୟ ମହାକାଶ ଏଜେନ୍ସି କରିବ ଲଞ୍ଚ୍‌

ନୂଆଦିଲ୍ଲୀ ୦୬/୧୦: ନାସାର ଡବଲ ଆଷ୍ଟ୍ରଏଡ୍‌ ରିଡାଇରେକ୍ସନ୍‌ ଟେଷ୍ଟ୍‌ ବା ଡାର୍ଟ ମିଶନ ପୃଥିବୀ ପ୍ରତି ବିପଦ ଗ୍ରହାଣୁର ଦିଗ ପରିବର୍ତ୍ତନର ଏକ ପଦ୍ଧତି ଆରମ୍ଭ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା । କାଇନେଟିକ୍‌ ପ୍ରଭାବ ଜରିଆରେ ମହାକାଶରେ ଗ୍ରହାଣୁର ଗତିକୁ ବଦଳାଇବାରେ ଏହା ସଫଳ ହୋଇଥିଲା । ୨୦୨୨, ସେପ୍ଟେମ୍ବରରେ ଏକ ସରଳ ଓ ଶସ୍ତା ମହାକାଶଯାନ ଡିଡିମୋସ୍‌ ଗ୍ରହାଣୁ ଓ ଏହାର ପିରାମିଡ୍‌ ଆକାର ମୁନ୍‌ଲେଟ୍‌ ବା କ୍ଷୁଦ୍ର ଚନ୍ଦ୍ର ଡିମୋର୍ଫୋସ୍‌ର ଦିଗକୁ ବଦଳାଇଥିଲା । ଏହାର ୨ ବର୍ଷ ପରେ ୟୁରୋପୀୟ ମହାକାଶ ଏଜେନ୍ସି ସେହି ଗ୍ରହାଣୁର ଅଧ୍ୟୟନ ଲାଗି ‘ହେରା ମିଶନ’ ଲଞ୍ଚ୍‌ କରିବାକୁ ଯାଉଛି ।

ଆସନ୍ତା ୭ ତାରିଖ ଅର୍ଥାତ୍‌ ଆସନ୍ତା କାଲି ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ରେ କେପ୍‌ କାନାଭରାଲରୁ ଏହି ମିଶନ୍‌ ଉତ୍‌କ୍ଷେପଣ ହେବ । ରକେଟ୍‌ ୨୦୨୬ ମସିହାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । ତା’ପୂର୍ବରୁ ଅନେକ କୋଟି କିମି ଯାତ୍ରା କରିବ । ହେରା ମହାକାଶଯାନର ଆକାର ପ୍ରାୟ ଏକ ଛୋଟ କାର୍‌ ଭଳି, ଯାହାର ଓଜନ ପ୍ରାୟ ୧,୦୮୧ କିଲୋ । ଡିମୋର୍ଫୋସ୍‌ ଉପରେ ନାସାର ଡାର୍ଟ ମିଶନର ପ୍ରଭାବକୁ ଏହି ମିଶନ ଅଧ୍ୟୟନ କରିବ । ଏଥିସହ ଦୁଇ ଗ୍ରହାଣୁ ଉପରେ ଡାର୍ଟର କାର୍ଯ୍ୟାନୁଷ୍ଠାନର ପ୍ରଭାବକୁ ଯାଞ୍ଚ୍‌ କରିବ । ଡିଡିମୋସ୍‌ ଓ ଡିମୋର୍ଫୋସ୍‌ ଭଳି ଦ୍ୱେତ ଗ୍ରହାଣୁର ଅଧ୍ୟୟନ ପାଇଁ ଏହାକୁ ନିର୍ମାଣ କରାଯାଇଛି । ଅଦ୍ୟାବଧି ପରିଚିତ ସମସ୍ତ ଗ୍ରହାଣୁର ୧୫ ପ୍ରତିଶତ ଦ୍ୱେତ । ତେଣୁ ଏହି ଅନ୍ୱେଷଣରୁ ବୈଜ୍ଞାନିକ ଗ୍ରହାଣୁଙ୍କ ପ୍ରକୃତି ଓ କାର୍ଯ୍ୟ ଉପରେ ଅଧିକ ଜ୍ଞାନ ହାସଲ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.